www.samajalive.in
Saturday, December 6, 2025
26.1 C
Bhubaneswar

ତୃତୀୟ ପର୍ଯ୍ୟାୟ ଡିଡିସି ନିର୍ବାଚନ ପାଇଁ ଚାଲିଛି ମତଦାନ​‌

ଶ୍ରୀନଗର : କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ଶୁକ୍ରବାର ତୃତୀୟ ପର୍ଯ୍ୟାୟ ଜିଲ୍ଲା ବିକାଶ ପରିଷଦ(ଡିଡିସି) ନିର୍ବାଚନ ଏବଂ ପଞ୍ଚାୟତ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର କେ.କେ. ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶାନ୍ତିଶୃଙ୍ଖଳାର ସହ ମତଦାନପାଇଁ
ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ପର୍ଯ୍ୟାୟରେ ୩୩ଟି ଡିଡିସି ମଣ୍ଡଳୀ ପାଇଁ ପର୍ଯ୍ୟାୟରେ ଭୋଟ୍‍ଗ୍ରହଣ କରାଯାଉଛି। ୩୦୫ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫୨ ପୁରୁଷ ଏବଂ ୫୩ ଜଣ ମହିଳା ଅନ୍ତର୍ଭୁକ୍ତ। ସେହିଭଳି ସରପଞ୍ଚ ପଦବୀ ପାଇଁ ୬୬ଟି ମଣ୍ଡଳୀରେ ଆଜି ମତଗ୍ରହଣ କରାଯାଉଛି। ଏଥିରେ ୧୮୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ମୋଟ୍‍
୧୨୬ଟି ସରପଞ୍ଚ ପଦବୀ ମଧ୍ୟରୁ ୪୦ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଛନ୍ତି। ଏହି ପର୍ଯ୍ୟାୟ ନିମନ୍ତେ ମୋଟ ୨ ହଜାର ୪୬ଟି ବୁଥ୍‍ ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ଜମ୍ମୁରେ ୭୯୨ ଓ କାଶ୍ମୀରରେ ୧ ହଜାର ୨୫୪ଟି ରହିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories