www.samajalive.in
Saturday, December 6, 2025
19.1 C
Bhubaneswar

ଶୁକ୍ରବାର ରାଶିଫଳ ( ୦୪-୧୨-୨୦୨ )

ମେଷ: କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ମନସ୍କାମନା ପୂର୍ଣ୍ଣ ହେବ। ପରୋପକାରୀ ହେବେ।

ବୃଷ: ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଯଶ ଅର୍ଜନ କରିପାରନ୍ତି। ସୁଖ ସମ୍ଭୋଗର ସୌଭାଗ୍ୟ ଅଛି। ଶୁଭ ଖବର ମିଳିବ।

- Advertisement -

ମିଥୁନ: ଦୂରୁହ କାର୍ଯ୍ୟଟି କରାୟତ୍ତ ହୋଇପାରେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତିସୁଖୀ ଓ ସହିଷ୍ଣୁ ହେବେ। ମନ ପ୍ରଫୁଲ୍ଲ ରହିବ।

କର୍କଟ: ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଉଣାହେବ ନାହିଁ। ଶାରୀରିକ ଶକ୍ତି ବୃଦ୍ଧି ପାଇବ। ସୁଖ ଓ ନିରାମୟ ଜୀବନଯାପନ କରିପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। ରୁଚିକର ଭୋଜନ ମିଳିବ।

ସିଂହ: କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ; ମାତ୍ର ଧୀରେ ସୁସ୍ଥେ। ମାର୍ଗ କଣ୍ଟକିତ ହୋଇପାରେ। ଦୀର୍ଘଦିନର ଆଶା ପୂରଣ ହେବ; ମାତ୍ର ଏଥିପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ମଧୁରଭାଷୀ ହେବେ।

କନ୍ୟା: ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସୁସମାଧାନ କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ଉନ୍ନତ ମାର୍ଗରେ ଅଗ୍ରସର ହେବେ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। କର୍ମତତ୍ପର ହେବେ। ପରୋପକାରୀ ହେବେ। ଆର୍ଥିକ ଉନ୍ନତି ଘଟିବ।

ତୁଳା: କର୍ମଚଞ୍ଚଳ ରହିବେ। ଆୟ ବୃଦ୍ଧି ହେବ। ସତ୍‍କାର୍ଯ୍ୟରେ ବ୍ୟୟ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ଦୟାଳୁ ସ୍ୱଭାବର ହେବେ।

ବିଛା: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମଧୁର କଥାରେ ଅନ୍ୟମାନଙ୍କୁ ବଶ କରି, କାର୍ଯ୍ୟ ହାସଲ କରିବେ। ପାରିବାରିକ ସୁଖ ମିଳିବ। ଭୋଗ ବିଳାସ କରିପାରନ୍ତି। ସମୃଦ୍ଧିର ମୂଳଦୁଆ ପଡ଼ିବ। ବିଚକ୍ଷଣ ବୁଦ୍ଧିଯୁକ୍ତ ଓ ସାହସୀ ହେବେ।

ଧନୁ: ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମ ମାର୍ଗରେ ମନୋନିବେଶ କରିବେ। ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି। ପାରିବାରିକ ସୁଖ ଅବ୍ୟାହତ ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କତାର ଦିନ।

ମକର: ଶକ୍ତି ପ୍ରଦର୍ଶନ କରିପାରନ୍ତି। ଲୋକ ସଂପର୍କ ବୃଦ୍ଧି ପାଇବ। କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। କୁଶଳୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ।

କୁମ୍ଭ: ବୁଦ୍ଧି, ବଳ ପ୍ରୟୋଗ କରି ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି। ଶରୀର ସୁସ୍ଥ ରହିବ। ଶତ୍ରୁକୁ ପରାଜିତ କରିପାରନ୍ତି। ଆନନ୍ଦ ଉତ୍ସବରେ ଯୋଗଦାନ କରିପାରନ୍ତି। ସମ୍ମାନିତ ହେବେ। ନୀତିନିଷ୍ଠ ହୋଇପାରନ୍ତି।

ମୀନ: କେତେକ କ୍ଷେତ୍ରରେ ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବଦ୍ରଷ୍ଟା ସାଜି ପାରନ୍ତି। ପତ୍ନୀ ଗୃହର ପରିଚାଳନା ଦାୟିତ୍ୱ ନେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମ ହୋଇପାରେ। ରାଜକୃପା ମିଳିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories