www.samajalive.in
Monday, December 8, 2025
24.1 C
Bhubaneswar

କୃଷକଙ୍କ ସମସ୍ତ ପ୍ରସଙ୍ଗ ଉପରେ ଖୋଲା ମନରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ : ଶନିବାର ୫ମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ : ସରକାର ଏବଂ କୃଷକ ପ୍ରତିନିଧୀଙ୍କ ମଧ୍ୟରେ ୩ଟି କୃଷି ଆଇନକୁ ନେଇ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ତେବେ କିଛି ଚୁଡାନ୍ତ ନିଷ୍ପତ୍ତି ହୋଇ ପାରି ନାହିଁ। ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ସରକାରୀ ପ୍ରତିନିଧି ଭାବେ ଆଲୋଚନା କରିଥିଲେ।​‌

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୃଷି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ କୃଷକଙ୍କ ସମସ୍ତ ପ୍ରସଙ୍ଗ ଉପରେ ଖୋଲାମନରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ସେମାନଙ୍କ ସମସ୍ୟା ଉପରେ ଦୃଷ୍ଟି ରଖିଛନ୍ତି। ସେ କହିଛନ୍ତି ଯେ ଏହି ବୈଠକ ଅତ୍ୟନ୍ତ ଆନ୍ତରିକ ପରିବେଶରେ ଅନୁଷ୍ଠିତ ହୋଇଥିଲା। ସେ କହିଛନ୍ତି ଯେ ନୂତନ ନିୟମ କୃଷି ଉତ୍ପାଦନ ବଜାର କମିଟି, ଏପିଏମସି ସମାପ୍ତ କରିବ ବୋଲି କୃଷକମାନେ ଚିନ୍ତିତ ଅଛନ୍ତି । କିନ୍ତିୁ ସେ କହିଛନ୍ତି ଯେ ଏପିଏମସି ଆହୁରି ମଜବୁତ ହୋଇଛି ଏବଂ ଏହାର ବ୍ୟବହାର ବୃଦ୍ଧି ହେଉଛି। ଶ୍ରୀ ତୋମାର କହିଛନ୍ତି ଯେ ଏମଏସପି ଜାରି ରହିବ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସରକାର ଖୋଲା ମନରେ ଚାଷୀଙ୍କ ସହ ଆଲୋଚନା କରୁଛନ୍ତି। ବିଦ୍ୟୁତ୍ ସବସିଡି ଏବଂ ଫସଲର ଅବଶିଷ୍ଟାଂଶ ଜଳିବା ସହ ଜଡିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

- Advertisement -

ସେ କହିଛନ୍ତି ଯେ, ଚଳିତ ମାସ ୫ ତାରିଖ ଦିନ ୨ ଟାରେ ଆସନ୍ତା ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ । କୃଷକମାନଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ମଧ୍ୟ ମନ୍ତ୍ରୀ ନିବେଦନ କରିଛନ୍ତି।

ଆଜିର ଆଲୋଚନାରେ ୩୨ ଟି କୃଷକ ସଂଗଠନର ୪୦ ଜଣ ପ୍ରତିନିଧୀ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୁରୁତ୍ୱାରୋପ କରିଛନ୍ତି ଯେ, କୃଷକଙ୍କ କଲ୍ୟାଣ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ କୃଷି ବିକାଶ ସର୍ବଦା ପ୍ରାଥମିକତା ଉପରେ ରହିଛି। ସେ କହିଛନ୍ତି ଯେ ନୂତନ କୃଷି ସଂସ୍କାର କୃଷକଙ୍କ ହିତ ପାର୍ଇ କରାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories