www.samajalive.in
Monday, December 8, 2025
13.1 C
Bhubaneswar

ଘରେ ନିଶ୍ଚୟ ରଖନ୍ତୁ କଳସ ; ପ୍ରାପ୍ତି ହେବ ଶୁଭଫଳ

ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି, ସେମାନଙ୍କ ଜୀବନ ସୁଖଶାନ୍ତିରେ ଅତିବାହିତ ହେଉ। ନିଜର ସମସ୍ତ ସୁଖସୁବିଧାକୁ ପୂରଣ କରିବା ପାଇଁ ଆବଶ୍ୟକ ପରିମାଣରେ ଟଙ୍କା ରୋଜଗାର ହେବା ସହ ତାହା ସଞ୍ଚୟ କରିବା ମଧ୍ୟ ଆବଶ୍ୟକ। ଅନେକ ସମୟରେ ବହୁ ଚେଷ୍ଟା ପରିବର୍ତ୍ତେ ଆବଶ୍ୟକ ପରିମାଣରେ ଟଙ୍କା ସଞ୍ଚୟ ନ ପାରିବା ସହ ଅଯଥାରେ ଟଙ୍କାଖର୍ଚ୍ଚ ମଧ୍ୟ ହୋଇଥାଏ। ଏହାର କାରଣ ବାସ୍ତୁ ଦୋଷ ବୋଲି ମଧ୍ୟ କୁହାଯାଏ। ଜାଣନ୍ତୁ କେଉଁ କାରଣରୁ ଓ ବାସ୍ତୁ ଦୋଷରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ କେଉଁ ଉପାୟ ଶୁଭଫଳ ଦେଇଥାଏ ଓ ଧନଲାଭ ହୋଇଥାଏ।
– ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆପଣ ଯେଉଁଠାରେ ଟଙ୍କା ପଇସା ରଖୁଛନ୍ତି, ସେହି ଆଲମିରାର ମୁହଁ ଉତ୍ତର ଦିଗକୁ ହେବା ଆବଶ୍ୟକ। ଏହାଦ୍ୱାରା ଧନ ବୃଦ୍ଧି ହେବା ସହ ଅଯଥା ଖର୍ଚ୍ଚ ହୋଇନଥାଏ।
– ବାସ୍ତୁବିଦଙ୍କ ପରାମର୍ଶ ଅନୁଯାୟୀ, ଘରର ସଠିକ ସ୍ଥାନରେ ଜଳ ରଖନ୍ତୁ। ଘରର ନଳ ନଖୋଲିବା ପୂର୍ବରୁ ଯେପରି ଆପଣା ଛାଏଁ ପାଣି ସର୍ବଦା ନପଡୁଥିବ ସେଥିପ୍ରତି ଧ୍ୟାନ ଦେବେ।
– ଘରେ ଭଙ୍ଗା କାଚ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ।
– ମାନ୍ୟତା ଅନୁଯାୟୀ ଘରେ ନିଶ୍ଚୟ ସ୍ୱସ୍ତିକ ଚିହ୍ନ କରନ୍ତୁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ସୁଖସମୃଦ୍ଧି ସର୍ବଦା ବୃଦ୍ଧି ପାଇଥାଏ।
– ଘରେ କଳସ ନିଶ୍ଚୟ ରଖନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ। ଏହାଦ୍ୱାରା ଘରେ ସର୍ବଦା ହସଖୁସି ଓ ଆର୍ଥିକ ଲାଭ ହୋଇଥାଏ।
– ଘରେ ଓଁର ଚିହ୍ନ କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇଥାଏ।

 

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories