www.samajalive.in
Saturday, December 6, 2025
26.1 C
Bhubaneswar

କୃଷକ ପ୍ରତିନିଧି-ସରକାର ଆଲୋଚନା ଆରମ୍ଭ; ସକାରାତ୍ମକ ଫଳ ଆଶା ରଖିଲେ ତୋମାର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଗୁରୁବାର ୮ମ ଦିନ ପାଇଁ ଚାଷୀମାନେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଛନ୍ତି। ସରକାର ଏବଂ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଗତ ଥର ହୋଇଥିବା ଆଲୋଚନା ବିଫଳ ହେବା ପରେ ଗୁରୁବାର ପୁଣି ଥରେ ବୈଠକ ଆରମ୍ଭ ହୋଇଛି। ଆଲୋଚନାରେ ଭାଗନେବାକୁ ୩୮ରୁ ଅଧିକ କୃଷକ ସଂଗଠନର ପ୍ରତିନିଧି ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ପହଞ୍ଚିଛନ୍ତି। ଏହି ଆଲୋଚନାରୁ କିଛିଟା ସୁଫଳ ମିଳିବ ବୋଲି ଆଶା କରାଯାଉଛି।

Image Courtesy: Amar ujala

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକ ପ୍ରତିନିଧିମାନଙ୍କ ସହିତ ବୈଠକ ପୂର୍ବରୁ କହିଥିଲେ ଯେ, ସରକାର ଲଗାତାର କୃଷକମାନଙ୍କ ସହିତ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ଆଜି ୪ର୍ଥ ପର୍ଯ୍ୟାୟ ଆଲୋଚନା ହେବାର ଅଛି ଏବଂ ମୋର ଆଶା ରହିଛି ଯେ, ବୈଠକର ନିଷ୍କର୍ସ ସକାରାତ୍ମକ ରହିବ। ସେପଟେ କୃଷକଙ୍କ ବିକ୍ଷୋଭ ଯୋଗୁ ବିଜ୍ଞାନ ଭବନ ବାହାର ବହୁ ସଂଖ୍ୟାରେ ପୁଲିସ ମୁତୟନ ହୋଇଛନ୍ତି।

- Advertisement -

ଆନ୍ଦୋଳନ ଯୋଗୁ ଦିଲ୍ଲୀ ଏନସିଆରରେ ୮ମ ଦିନ ପାଇଁ ଯାତାୟାତ ପ୍ରଭାବିତ ହୋଇଛି। ଦିଲ୍ଲୀକୁ ସଂଯୋଗ କରୁଥିବା ବିଭିନ୍ନ ସୀମାନ୍ତ ରାସ୍ତାକୁ ସିଲ୍‌ କରିଦିଆଯାଇଛି। ହଜାର ହଜାର କୃଷକ ରାସ୍ତାରେ ଧାରଣା ଦେଇଥିବାରୁ ସେଗୁଡ଼ିକ ଜାମ୍‌ ରହିଛି। ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ୍‌ୱେର ରାସ୍ତାରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ ଆଉ କିଛି ରାସ୍ତାରେ ବ୍ୟାରିକେଡ୍‌ ଲଗାଇପାରେ। ଏପରି ହେଲେ ଯାତାୟାତ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ଟ୍ବିଟ୍‌ କରି କହିଛନ୍ତି, କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରା ନ ଗଲେ ତାହା ଚାଷୀମାନଙ୍କ ସହିତ ବିଶ୍ଵାସଘାତ ହେବ। କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯାଉ। ନଚେତ୍‌ ଏହା ଭାରତ ଏବଂ ଏହାର କୃଷକମାନଙ୍କ ସହିତ ବିଶ୍ଵାସଘାତ ହେବ।

ଅନ୍ୟପଟେ ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିବା ଲାଗି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଏଠାରେ ପହଞ୍ଚିବା ପରେ ଶାହଙ୍କ ସହିତ ଆଲୋଚନା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଶାହଙ୍କ ସହିତ ଆଲୋଚନା ପାଇଁ ଅମରିନ୍ଦର ବହୁଦିନ ପୂର୍ବରୁ ସମୟ ମାଗିଥିଲେ। ତାହାକୁ ଦୃଷ୍ଟିରେ ରଖି ଆଜି ତାଙ୍କୁ ଶାହ ସମୟ ଦେଇଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories