www.samajalive.in
Wednesday, December 10, 2025
16.1 C
Bhubaneswar

ଫେଲୁ ମଉସାଙ୍କ ପରିବା ପକୁଡ଼ି

ଭୁବନେଶ୍ୱର: ନା ଅଛି ସାଇନ୍‌ବୋର୍ଡ ନା ଦୋକାନ। ରାସ୍ତାକଡ଼ ବରଗଛ ତଳେ ଷ୍ଟ୍ରିଟ୍‌ ଲାଇଟ୍‌ରେ ଚାଲୁଛି ଦୋକାନ। ଉଠାଚୁଲି ପାଲଟିଛି ତାଙ୍କ ସାହାରା। ବେସନ କି ପିଆଜିର ପକୁଡ଼ି ନୁହେଁ ବରଂ ସବୁପ୍ରକାରର ପରିବାରେ ତିଆରି ହେଉଛି ପକୁଡ଼ି। ଯାହାକୁ ଖାଇବା ପାଇଁ ସନ୍ଧ୍ୟାରେ ଗ୍ରାହକଙ୍କ ଭିଡ଼ ଜମୁଛି। କେଦାର ଗୌରୀ ଅଞ୍ଚଳର ଫେଲୁ ମଉସା ପକୁଡ଼ି ଦୋକାନ ପାଇଁ ବେଶ୍‌ ପରିଚିତ ହୋଇପାରିଛନ୍ତି।

କେଦାରଗୌରୀ ଓ ମୁକ୍ତେଶ୍ୱର ମନ୍ଦିର ପାଚେରି କଡ଼ରେ ବିନୋଦ ବିହାରୀ ସ୍ୱାଇଁ ଓରଫ ଫେଲୁ ମଉସାଙ୍କ ପକୁଡ଼ି ଦୋକାନ। ଦୀର୍ଘବର୍ଷ ଧରି ସେ ଏଠାରେ ଉଠାଦୋକାନ କରି ଜଳଖିଆ ତିଆରି କରୁଥିଲେ। ବିଏମ୍‌ସି ପକ୍ଷରୁ ବାରମ୍ବାର ଦୋକାନ ଉଠାଇ ଦେବାରୁ ମନ୍ଦିରରେ ରୋଷେଇ କାମରେ ସାହାଯ୍ୟ କରୁଥିଲେ। ପରିବାର ଚଳାଇବା ପାଇଁ କିଛି ସୁବିଧା ନମିଳିବାରୁ ବରଗଛ ମୂଳେ ପକୁଡ଼ି ବିକ୍ରି କରିବା ଆରମ୍ଭ କରିଥିଲେ। ଯେହେତୁ ଘରେ ବାପାଙ୍କର ପରିବା ପକୁଡ଼ି ପସନ୍ଦ ଥିଲା ତେଣୁ ସେ ମଧ୍ୟ ଗ୍ରାହକଙ୍କ ପାଇଁ ଏହି ପକୁଡ଼ି ତିଆରି କଲେ।

- Advertisement -

ତାଙ୍କ କହିବା ଅନୁଯାୟୀ କରୋନା ମହାମାରୀ ଦିନରୁ ସବୁ ମନ୍ଦିରରେ ତାଲା। ରୋଷେଇବାସ କାମ ମଧ୍ୟ ହେଉନାହିଁ। ଏହି ସମୟରେ ପରିବାର ଚଳାଇବା ପାଇଁ ଫେଲୁ ମଉସା ସନ୍ଧ୍ୟା ସମୟରେ ପକୁଡ଼ି ବିକ୍ରି କରୁଛନ୍ତି। କରୋନା ଡରରେ ବେଶି ଲୋକ ଏବେ ଖାଉନାହାନ୍ତି। ମନ୍ଦିରକୁ ପର୍ଯ୍ୟଟକମାନେ ଆସୁନଥିବାରୁ ବେପାର ମଧ୍ୟ କମିବାରେ ଲାଗିଛି। ତାଙ୍କ ପକୁଡ଼ିରେ ସେ କାକୁଡ଼ି, ଅମୃତଭଣ୍ଡା, ଆଳୁ, କୋବି, ଗାଜର, କଖାରୁ, ଜହ୍ନି, ବାଇଗଣଠାରୁ ଆରମ୍ଭ କରି ୧୨ରୁ ଅଧିକ ପ୍ରକାରର ପରିବା ପକାଉଛନ୍ତି। ବରାରେ ମଧ୍ୟ କୋବି ପକାଇ ତିଆରି କରୁଛନ୍ତି। ବର୍ତ୍ତମାନ ଦିନକୁ ୩୦୦ଟଙ୍କା ରୋଜଗାର ହେଉଛି। ସରକାରଙ୍କ ସହାୟତାକୁ ଅପେକ୍ଷା କରିବା ପରିବର୍ତ୍ତେ ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଦୁଃଖକଷ୍ଟରେ ଚଳିଯାଉଛୁ ବୋଲି କହିଛନ୍ତି ଫେଲୁ ମଉସା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories