www.samajalive.in
Monday, December 8, 2025
27.1 C
Bhubaneswar

ଦିଗହରା ସ୍ବଚ୍ଛଭାରତ: ବାହାରେ ଶୌଚ, ପାଇଖାନାରେ ରୋଷେଇ

ଜେମାଦେଇପେଣ୍ଠ: ପାନ୍ତ ଅଞ୍ଚଳରେ ସ୍ବଚ୍ଛଭାରତ ଯୋଜନା ଦିଗହରା ହୋଇଛି। ହିତାଧିକାରୀ ବାହାରେ ଶୌଚ ଫେରୁଥିବାବେଳେ ପାଇଖାନାରେ ରୋଷେଇ କରାଯିବା ଘଟଣା ଏହି ଯୋଜନାର ବାସ୍ତବ ଚିତ୍ରକୁ ପ୍ରମାଣିତ କରୁଛି ।ଲୋକଙ୍କ ଜୀବନଧାରଣ ମାନର ବୃଦ୍ଧି ତଥା ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଭାରତ ସରକାର କାର୍ଯ୍ୟକାରୀ କରିଥିବା ସ୍ୱଚ୍ଛ ଭାରତ ଯୋଜନା ବିଫଳ ହୋଇଥିବା ବାରମ୍ବାର ଅଭିଯୋଗ ହେଉଛି। ସ୍ବଚ୍ଛ ଓ ସୁସ୍ଥ ରାଷ୍ଟ୍ର ଗଠନ କରିବା ଲକ୍ଷ୍ୟରେ ଏହି ଅଭିଯାନକୁ ବ୍ୟାପକ ରୂପେ ଗ୍ରାମ ତଥା ପ୍ରତି ପଞ୍ଚାୟତରେ ପ୍ରସାର କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଯେପରି ସବୁ ଗ୍ରାମ ବାହ୍ୟ ମଳମୁକ୍ତ ହୋଇପାରିବ ସେଥିପ୍ରତି ଅଭିଯାନକୁ ତୃଣମୂଳସ୍ତରରେ ପହଞ୍ଚାଇବା, କିନ୍ତୁ ଏହି ଅଭିଯାନ ଓ ସଚେତନତା ବ୍ୟକ୍ତିବିଶେଷ ପାଖରେ ନ ପହଞ୍ଚି ଗ୍ରାମ ମୁଣ୍ଡରେ ଥିବା ଫଳକରେ ସୀମିତ ରହିଛି, ପ୍ରଶାସନ ପକ୍ଷରୁ ପ୍ରତି ଗ୍ରାମର ହିତାଧିକାରୀ ଚୟନ କରି ପ୍ରତି ହିତାଧିକାରୀଙ୍କୁ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ୧୨ହଜାର ଟଙ୍କା ଯୋଗାଇ ଦେଇଥିଲେ, କିନ୍ତୁ ଗ୍ରାମାଞ୍ଚଳରେ ଥିବା ଲୋକଙ୍କ ସଚେତନତା ଅଭାବରୁ ତାହା ଠିକ୍ ରୂପେ ବ୍ୟବହାର ନ ହୋଇ ପଡି ରହିଛି। କେଉଁଠି ଅଳିଆଗଦାରେ ପାଇଖାନା ହଜିଗଲାଣି ତ ଆଉ କେଉଁଠି ଲୋକେ ରୋଷେଇଶାଳାରେ ପରିଣତ କରିସାରିଲେଣି। ରାୟଗଡ଼ା ବ୍ଲକ ଦୁର୍ଗାପାଡ଼ୁ ପଞ୍ଚାୟତରେ ଜନୈକ ହିତାଧିକାରୀ ନିଜର ପାଇଖାନାକୁ ରୋଷେଇଶାଳାରେ ପରିଣତ କରିଥିବା ଦେଖିବାକୁ ମିଳିଛି। ଏଭଳି ଅନେକ ସ୍ଥାନରେ ସ୍ବଚ୍ଛଭାରତ ଯୋଜନା ଦିଗହରା ହୋଇଥିବା ଯୋଗୁଁ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories