www.samajalive.in
Sunday, December 7, 2025
26.1 C
Bhubaneswar

ଚଳନ୍ତା ବସ୍‌ରେ ପଶିଗଲା ଗ୍ୟାସ ପାଇପ; ଦୁଇ ମୃତ

ଜୟପୁର,୨ା୧୨: ରାସ୍ତାରେ ବିଛା ଯାଉଥିବା ପାଇପ୍‌ ଏକ ଯାତ୍ରୀବାହୀ ବସ୍‌ର ଝରକା ବାଟେ ପଶିଯିବାରେ ଦୁଇ ଯାତ୍ରୀଙ୍କର ପ୍ରାଣହାନି ଘଟିଛି। ପାଇପ ବାଜି ଜଣଙ୍କର ଶରୀର ଦୁଇ ଖଣ୍ଡ ହୋଇଯାଇଛି। ରାଜସ୍ଥାନର ପାଲି ଜିଲା ଅନ୍ତର୍ଗତ ସାଣ୍ଡେରାବ ନିକଟ ଜାତୀୟ ରାଜପଥ-୧୬୨ରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁଇ ମୃତକଙ୍କ ନାମ ମେନା ଦେବୀ ଦେବାସୀ ଓ ଭମ୍ବର ଲାଲ ପ୍ରଜାପତ ଏବଂ ସେମାନେ ଇଟାଲୀ ନାଗରିକ ବୋଲି ପୁଲିସ କହିଛି। ରାସ୍ତା ପାର୍ଶ୍ବରେ ଗ୍ୟାସ ପାଇପଲାଇନ ବିଛା କାମ ଚାଲିଥିବାବେଳେ ମଙ୍ଗଳବାର ହାଇଡ୍ରା ମେସିନ ଦ୍ବାରା ପାଇପ ଉଠାଯାଇ ଖୋଳା ଯାଇଥିବା ସ୍ଥାନରେ ପକା ଯାଉଥିଲା। ଏହି ସମୟରେ ମେସିନ ଭାରସାମ୍ୟ ହରାଇବା ଫଳରେ ଏକ ପାଇପ ରାସ୍ତାରେ ଯାଉଥିବା ଘରୋଇ ବସ୍ କାଚ ଦେଇ ଭିତରେ ପଶି ଯାଇଥିଲା। ପାଇପଟି ବସର ଗୋଟିଏ ପାର୍ଶ୍ବରେ ପଶି ଆରପାର୍ଶ୍ବରେ ବାହାରି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ବସ୍‌ ଭିତର ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories