www.samajalive.in
Sunday, December 7, 2025
16.1 C
Bhubaneswar

ମାସ୍କ ନ ପିନ୍ଧିଲେ କରିବାକୁ ହେବ କରୋନା କେନ୍ଦ୍ରରେ ସେବା

ମାସ୍କ ଏବଂ ସାମାଜିକ ଦୂରତା କରୋନା ଯୁଦ୍ଧର ବଡ଼ ଅସ୍ତ୍ର। ସେଥିଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଅନେକ ରାଜ୍ୟରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ଲାଗୁ କରାଯାଇଛି। କିନ୍ତୁ ନାଁ ଲୋକେ ମାସ୍କ ପିନ୍ଧୁଛନ୍ତି ନା ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ ହେଉଛି। ଫଳରେ ଜନସାଧାରଣ ଆଉ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁନାହିଁ। ଏହି କାରଣରୁ କେତେକ ରାଜ୍ୟରେ ଏବେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ଦେଖାଯାଉଛି।

- Advertisement -

ଶୀତ ସମୟରେ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ତେଣୁ ପୁଣି ଥରେ ଲକ୍‌ଡାଉନ, ସାମାଜିକ ଦୂରତା ଏବଂ ମାସ୍କ ପରିଧାନ ଉପରେ ଜୋର୍‌ ଦିଆଯାଉଛି। ଲୋକମାନେ ବି ସଚେତନ ହେଲେଣି। କିନ୍ତୁ ଅନେକ ସ୍ଥାନରେ ଅମାନିଆମାନେ ନିୟମ ମାନୁନାହାନ୍ତି। ସେମାନଙ୍କୁ ସାବାଡ଼ କରିବା ଲାଗି ଗୁଜରାଟ ହାଇକୋର୍ଟ ଏକ ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି।

ବୁଧବାର ଗୁଜରାଟ ହାଇକୋର୍ଟ ଏ ସମ୍ପର୍କରେ ରାୟ ଦେଇ କହିଛନ୍ତି, ରାଜ୍ୟରେ ଯେଉଁ ବ୍ୟକ୍ତିମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଦଣ୍ଡସ୍ବରୂପ କରୋନା କେନ୍ଦ୍ରରେ ସାମାଜିକ ସେବା କରିବାକୁ ପଡ଼ିବ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବା ସହିତ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୧୧ ହଜାର ୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧ ଲକ୍ଷ ୯୨ ହଜାର ସୁସ୍ଥ ହୋଇଥିବାବେଳେ ୪୦୦୧ ଜଣ ପ୍ରାଣ ହରାଇଛନ୍ତି। ୧୪ ହଜାରରୁ ଅଧିକ ରୋଗୀ ଏବେ ବି ସକ୍ରିୟ ରହିଛନ୍ତି। ତେଣୁ ହାଇକୋର୍ଟଙ୍କ ଏହି ନିର୍ଦେଶ ପରେ ରାଜ୍ୟବାସୀ ମାସ୍କ ପିନ୍ଧିବାକୁ ବାଧ୍ୟ ହେବା ସହିତ କୋଭିଡ୍‌ ନିୟମ ପାଳନ କରିବେ ବୋଲି ଆଶା କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories