www.samajalive.in
Monday, December 8, 2025
13.1 C
Bhubaneswar

ବହୁତଳ କୋଠା ନିର୍ମାଣ ବିଳମ୍ବିତ : ବର୍ଷେ ପରେ ବି ଘର ଛାଡ଼ୁ ନାହାନ୍ତି ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର : ବିଧାୟକ କଲୋନୀରେ ବହୁତଳ କୋଠା ନିର୍ମାଣ ନେଇ ଗତବର୍ଷ ଅକ୍ଟୋବର ମାସରେ ସରକାର ନିଷ୍ପତ୍ତି ନେଇଥିଲେ। ଏ ଭିତରେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ୟୁନିଟ ୪ସ୍ଥିତ ବିଧାୟକ କଲୋନୀରେ ଘର ପାଇଥିବା ବହୁ ମନ୍ତ୍ରୀ ଓ ବିଧାୟକ ଘର ଛାଡ଼ି ନଥିବାରୁ ସେମାନଙ୍କ ପାଇଁ ନୂତନ ବାସଭବନ ନିର୍ମାଣ ଯୋଜନା ଧାର୍ୟ୍ୟ ସମୟରେ ସରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଘର ଖାଲି କରୁ ନଥିବାରୁ ଘର ଭଙ୍ଗା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷେ ଭିତରେ ୧୮ ବିଧାୟକ ଘର ଛାଡ଼ିଥିବା ବେଳେ ମାତ୍ର ୧୫ଟି ଘର ଭଙ୍ଗାଯାଇଛି। ପାଖଘର ଖାଲି ହୋଇ ନଥିବାରୁ ତିନିଜଣ ଘର ଛାଡି ଥିଲେ ମଧ୍ୟ ତାହା ଭଙ୍ଗାଯାଇ ପାରୁନି।

ନୂତନ କୋଠା ନିର୍ମାଣ ନେଇ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏଥିପାଇଁ ଏପର୍ଯ୍ୟନ୍ତ ସରକାର ପାଣ୍ଠି ଯୋଗାଇ ଦେଇ ନାହାନ୍ତି। ଦେଢ଼ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସମୟରେ ବର୍ଷେ ପରେ ବିଧାୟକ କଲୋନୀର ସମସ୍ତ ୪୨ଟି ଘର ଏବଂ ସାଧାରଣ ପ୍ରଶାସନ ବିଭାଗର ୫୦ଟି ଘର ଭଙ୍ଗା ଯାଇପାରିନି। ଯେଉଁ ଠିକାଦାରଙ୍କୁ ଘର ଭାଙ୍ଗିବା ଦାୟିତ୍ବ ଦିଆଯାଇଥିଲା ସେମାନେ ଘର ଖାଲି ହେଉ ନଥିବାରୁ ଭାଙ୍ଗି ପାରୁ ନାହାନ୍ତି। ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଘର ଏପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧୀନକୁ ଆସି ନଥିବାରୁ ନିର୍ମାଣ ଦାୟିତ୍ବ ନେଇଥିବା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ହାତ ବାନ୍ଧି ବସିଛି।

- Advertisement -

ଗତ ଅକ୍ଟୋବର ମାସ ୪ ତାରିଖରେ ବିଧାୟକ କଲୋନୀର ୪୨ଟି ଘର ଏବଂ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ୫୦ଟି ଘର ଭଙ୍ଗାଯାଇ ସେଠାରେ ବିଧାୟକଙ୍କ ପାଇଁ ଟାଇପ-୬ ଓ ଟାଇପ-୭ର ୧୧୮ଟି ଘର ସମେତ ପାର୍କ, ସୁଇମିଂପୁଲ ଆଦି ନିର୍ମାଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ। ସେଠାରେ ରହୁଥିବା ମନ୍ତ୍ରୀ ଓ ବିଧାୟକମାନଙ୍କୁ ଅନ୍ୟତ୍ର ଘର ଯୋଗାଇବାକୁ ବ୍ୟବସ୍ଥା ହାତକୁ ନିଆଯାଇଥିଲା। ୨୦୨୯ ଡିସେମ୍ବର ୧୧ ତାରିଖରେ ବିଧାୟକ କଲୋନୀରୁ ଖାଲି ହୋଇଥିବା ଚାରିଟି ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ମାତ୍ର ୧୫ଟି ଘର ଭଙ୍ଗାଯାଇଛି। ଅନ୍ୟ ଘରଗୁଡ଼ିକ ମନ୍ତ୍ରୀ ଓ ବିଧାୟକମାନେ ଛାଡି ନାହାନ୍ତି। ଘର ଭାଙ୍ଗି ନୂତନ ଘରନିର୍ମାଣ ନେଇ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏପର୍ଯ୍ୟନ୍ତ ବିଧାୟକ କଲୋନୀରେ ରହିଛନ୍ତି। ମନ୍ତ୍ରୀଙ୍କ ପାଖ ଘର ଖାଲି ଥିଲେ ମଧ୍ୟ ଅଧା ଭଙ୍ଗା ହୋଇ ରହିଛି। ଉପ ବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସୁଶାନ୍ତ ସିଂ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତକୁମାର ରାଉତ ମଧ୍ୟ ସରକାରୀ ବାସଭବନ ଛାଡି ନାହାନ୍ତି।

ନୂତନ ବହୁତଳ କୋଠା ନିର୍ମାଣ ପାଇଁ ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏ ବାବଦରେ ସରକାର ଅର୍ଥ ଦେଇ ନଥିବା ଏବଂ ଘର ଖାଲି ହୋଇ ନଥିବାରୁ କାର୍ଯ୍ୟ ଆଗେଇ ପାରୁ ନଥିବା ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ତ୍ତ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଘର ଖାଲି ହେବା ପରେ ନୂତନ ନିର୍ମାଣ କାର୍ୟ୍ୟ ସାରିବାକୁ ପ୍ରାୟ ଦୁଇବର୍ଷ ସମୟ ଲାଗିବ। ଏବେଠାରୁ ଘର ଖାଲି କରିବା ଓ ଭାଙ୍ଗିବା ଆରମ୍ଭ କରାଗଲେ ୨୦୨୩ ମାର୍ଚ୍ଚ ବେଳକୁ ନିର୍ମାଣ କାର୍ଯ୍ୟ ସରି ପାରିବ ବୋଲି ସେତୁ ଓ ନିର୍ମାଣ ନିଗମର ନିର୍ମାଣ ଦାୟିତ୍ବରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories