www.samajalive.in
Monday, December 8, 2025
24.1 C
Bhubaneswar

ସବ୍ୟସାଚୀଙ୍କ ନିଆରା ପ୍ରୟାସ : ଲକ୍‌ଡାଉନ ପାଇଁ ରାସ୍ତାକଡରେ ପଡିରହିଥିବା ୩୦୦ ବସ୍ତା ମାନସିକ ନଡ଼ିଆ ମା’ ତାରିଣୀଙ୍କ ନିକଟକୁ ପଠାଇଲେ

ଭୁବନେଶ୍ୱର : ମାନସିକ ନଡ଼ିଆ ପଛରେ ଥାଏ ଆଶା, ଭରସା, ସୁଖ ଆଉ ଦୁଃଖର କାହାଣୀ। ସାଧାରଣ ମଣିଷଟିଏ ମାନସିକ ପୂରଣ ପାଇଁ ନଡ଼ିଆରାଣୀ ମା’ ତାରିଣୀଙ୍କୁ ନଡ଼ିଆ ଦେଇଥାଏ। ତାଲାବନ୍ଦ ସମୟରେ ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ମାନସିକ ନଡ଼ିଆକୁ ଘଟଗାଁ ପଠାଇଛନ୍ତି ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର। ୪ ସହରରୁ ସଂଗୃହୀତ ୩୦୦ ବସ୍ତାରେ ପ୍ରାୟ ୩୫,୦୦୦ ନଡ଼ିଆକୁ ଦୁଇଟି ମିନିଟ୍ରକ୍‌ରେ ମା’ ତାରିଣୀଙ୍କ ନିକଟକୁ ସେ ପଠାଇଛନ୍ତି। ତାଙ୍କର ଏଭଳି ପ୍ରୟାସ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।


ତାଲାବନ୍ଦ ଆରମ୍ଭରୁ ବସ୍‌ ଚଳାଚଳ ବନ୍ଦ ପରେ ଏହି ସବୁ ନଡ଼ିଆ ଗଦା ହୋଇ ରହିଥିଲା। ବସ୍‌ ଚାଲିଲା ପରେ ମଧ୍ୟ କରୋନା ଭୟ ଯୋଗୁଁ ଏହାକୁ କୌଣସି ବସ୍‌ କର୍ମଚାରୀ ନେଉନଥିଲେ। ନଡ଼ିଆ ଗଦା ହୋଇ ରହିବା ଯୋଗୁଁ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଥିଲା। ଆଉ କିଛି ପଚିଯିବା ସହିତ କିଛି ନଡ଼ିଆ ଗଜା ହୋଇ ଗଛ ହୋଇଯାଇଥିଲା। ଅନେକ ବୁଲା ଗାଈଗୋରୁ ବା କୁକୁର ଦ୍ୱାରା ରାସ୍ତା ଉପରକୁ ଗଡ଼ି ଆସୁଥିଲା। ଏହାଦ୍ୱାରା ଦୁର୍ଘଟଣା ମଧ୍ୟ ଘଟୁଥିଲା।

- Advertisement -

ଏସବୁକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧା ସାଜିଥିବା ସବ୍ୟସାଚୀ ମାନସିକ ନଡ଼ିଆକୁ ମା’ଙ୍କ ନିକଟକୁ ପଠାଇଛନ୍ତି। ରାଜଧାନୀର ବରମୁଣ୍ଡା, ଫାୟାର ଷ୍ଟେସନ ଛକ, ଆଚାର୍ଯ୍ୟବିହାର ଓ ବାଣୀବିହାର, ରସୁଲଗଡ଼, କଟକର ଅନେକ ଛକ ସହିତ ଚଣ୍ଡିଖୋଲ ଏବଂ ପାଣିକୋଇଲି ଆଦି ସ୍ଥାନରୁ ପାଖାପାଖି ୩୫୦୦୦ ନଡ଼ିଆକୁ ୩୦୦ ବସ୍ତା କରି ସେ ଦୁଇଟି ଟ୍ରକ୍‌ରେ ପଠାଇଛନ୍ତି। ଏହାକୁ ନେଇ ସବ୍ୟସାଚୀ ଖୁସି ଅନୁଭବ କରିଛନ୍ତି। ଏଭଳି ନଡ଼ିଆ ପଠାଇ ଅନ୍ୟମାନଙ୍କ ଆବେଗ ବୁଝିଥିବା ସେ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories