www.samajalive.in
Monday, December 8, 2025
14.1 C
Bhubaneswar

ସପ୍ତାହେ ପୂରିଲା ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ଧାରଣା

ସପ୍ତାହେ ପୂରିଲା ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ଧାରଣା
ଖଡ଼ିଆଳ: ନୂଆପଡ଼ା ଜିଲା ଖଡ଼ିଆଳସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ କାର୍ୟ୍ୟାଳୟ ସମ୍ମୁଖରେ ବିସ୍ଥାପିତ ସହାୟତା ସମତି ଅନ୍ତର୍ଗତ ଗ୍ରାମ୍ୟ କମିଟିର ଧାରଣାକୁ ମଙ୍ଗଳବାର ସପ୍ତାହେ ପୂରିଛି। ତଥାପି ଧାରଣାସ୍ଥଳରେ କୌଣସି ଅଧିକାରୀଙ୍କ ଦେଖାଦର୍ଶନ ନାହିଁ। ବିସ୍ଥାପିତମାନେ ସେମାନଙ୍କ ନ୍ୟାଯ୍ୟ ହକ ମାଗୁଥିବା ବେଳେ ସେମାନଙ୍କୁ ଅଣଦେଖା କରାଯାଉଥିବା ବିସ୍ଥାପିତମାନେ ଅଭିଯୋଗ କରିବା ସହ ପ୍ରଶାସନ ସେମାନଙ୍କ ଦାବିକୁ ତୁରନ୍ତ ମାନି ନେବାକୁ ଅନୁରୋଧ କରିଛନ୍ତି।

 

- Advertisement -

ଅନ୍ୟପକ୍ଷରେ ନକଲି ଓ ଅସଲି ବିସ୍ଥାପିତଙ୍କୁ ନେଇ ପ୍ରଶ୍ନ ଉଠିଥିବାରୁ ଗୋଟିଏ ସ୍ଥାନରେ ଆଲୋଚନା ହେଲେ କିଏ ଅସଲି ଓ ଆଉ କିଏ ନକଲି ତାହା ସ୍ପଷ୍ଟ ହେବ ବୋଲି ସେମାନେ କହିଛନ୍ତି। ଆଜିର ଧାରଣରେ ବିସ୍ଥାପିତ ସହାୟତା ସମିତି ସଭ୍ୟ ଯୋଗେନ୍ଦ୍ର ନାଗ ସଭାପତିତ୍ୱ କରିଥିବା ବେଳେ ନୀଳକଣ୍ଠ ପ୍ରଧାନ, ଜୟରାମ ମାଝୀ, ଦୁର୍ଜନ ସାହୁ, କରୁଣାକର ହୋତା, ନାରାୟଣ ଅହିର, ତୁକାରାମ ସଗରିଆ, ଯୋଗେ କଠାର, ଉମେଶ ପଟେଲ, ଟିକାରାମ ମାଝୀ, କାଳୀଦାସ ସୁନାନୀଙ୍କ ସମେତ ଶତାଧିକ ବିସ୍ଥାପିତ ସାମିଲ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories