www.samajalive.in
Tuesday, December 9, 2025
17.1 C
Bhubaneswar

ଯୋଗୀ ଆଦିତ୍ୟନାଥ- ଅକ୍ଷୟକୁମାର ଭେଟ: ଉତ୍ତରପ୍ରଦେଶରେ ଚଳଚ୍ଚିତ୍ର ସହର (ଫିଲ୍ମ ସିଟି) ସ୍ଥାପନ ଚର୍ଚା ଜୋର

ଉତ୍ତରପ୍ରଦେଶରେ ଫିଲ୍ମ ସିଟି (ଚଳଚ୍ଚିତ୍ର ସହର) ସ୍ଥାପନ ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଏହି କ୍ରମରେ ଚଳଚିତ୍ର ବ୍ୟକ୍ତିତ୍ବ ଓ ଶିଳ୍ପପତି, ପୁଞ୍ଜିନିବେଶକଙ୍କ ସହ ଆଲୋଚନା ଲାଗି ମୁମ୍ବାଇ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟନାଥ । ମଙ୍ଗଳବାର ଆଦିତ୍ୟନାଥ ଅଭିନେତା ଅକ୍ଷୟ କୁମାରଙ୍କ ସହ ଟ୍ରାଇଡ଼େଣ୍ଟ ହୋଟେଲରେ ଆଲୋଚନା କରିଛନ୍ତି । ସେହିପରି ଗାୟକ କୈଳାସ ଖେର ମଧ୍ୟ ଯୋଗୀଙ୍କ ସହ ଆଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ଫିଲ୍ମ ସିଟି ପ୍ରତିଷ୍ଠା ପ୍ରସଙ୍ଗରେ କ୍ଷୁବ୍ଧ ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେ କହିଛନ୍ତି ଅନ୍ୟ କେହି କୌଣସି ବ୍ୟବସାୟିକ କାର୍ଯ୍ୟ କଲେ ଆମେ ଇର୍ଷାପରାୟଣ ହେଉନାହୁଁ । ପ୍ରତିଯୋଗିତା ସୁସ୍ଥ ହେବା ଆବଶ୍ୟକ । କାହାକୁ ଜବରଦସ୍ତ ରାଜ୍ୟରୁ ନେବାକୁ ସେ ସହ୍ୟ କରିବେ ନାହିଁ କିମ୍ବା କାହାକୁ ଜବରଦସ୍ତ ରାଜ୍ୟରେ ବ୍ୟବସାୟରୁ ଦୂରେଇ ଦିଆଯିବ ନାହିଁ । ପ୍ରତିଦ୍ବନ୍ଦ୍ବିତାରେ ବା ଅନ୍ୟ କାହାର ପ୍ରଗତିରେ ମହାରାଷ୍ଟ୍ର କୌଣସି ବିରୋଧ କରିବ ନାହିଁ, ମାତ୍ର କେହି ବଳପୂର୍ବକ ଏଠାରୁ କିଛି ନେବାକୁ ଚାହିଁବେ ତାହା କରାଇ ଦିଆଯିବ ନାହିଁ ବୋଲି ପରୋକ୍ଷରେ ଶ୍ରୀ ଠାକରେ ଚେତାଇ ଦେଇଛନ୍ତି । ଏକ ଛୋଟ ବ୍ୟବସାୟ କେନ୍ଦ୍ରିତ ଲବି ଗ୍ରୁପିଂ ଆଇଏମସି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଠାକରେ ଯୋଗୀଙ୍କ ଉଦ୍ଦେଶ୍ୟରେ ଏପରି ଇଙ୍ଗିତ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories