www.samajalive.in
Friday, December 12, 2025
23.1 C
Bhubaneswar

ଭିମସାର ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ସମାଜସେବା ମନୋଭାବ, ଏଡ୍‌ସ ରୋଗୀଙ୍କୁ ଚିକିତ୍ସା ପାଇଁ ଦେଲେ ଆର୍ଥିକ ସହାୟତା

ବୁର୍ଲା: ଏଡ୍‌ସ ଦିବସ ଅବସରରେ ବୁର୍ଲା ଭିମସାର ମେଡ଼ିକାଲ ଡା.ଶଙ୍କର ରାମଚନ୍ଦାନୀ ଏଡ୍‌ସ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ରୋଗର ଚିକିତ୍ସା ପାଇଁ ସେ ଦୁଇଜଣ ରୋଗୀଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ସେହିପରି ସେ ଗତ ବର୍ଷ ଜଣେ ଏଡ୍‌ସ ରୋଗୀଙ୍କୁ ତାଙ୍କର ଚିକିତ୍ସା ପାଇଁ ମଧ୍ୟ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ବରଗଡ଼ ଜିଲ୍ଲାର ଜଣେ ଏଡ଼ସ ରୋଗୀ ଯିଏକି ଗତ ୨୦୧୬ ମସିହାରୁ ଏଡ଼ସରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିବା ବେଳେ ବର୍ତ୍ତମାନ ଉକ୍ତ ରୋଗୀର ମସ୍ତିଷ୍କଜନିତ ସଂକ୍ରମଣ ଆରମ୍ଭ ହୋଇଛି। ଭିମସାରର ମେଡ଼ିସିନ ବିଭାଗରେ ରୋଗୀ ଜଣକ ଚିକିତ୍ସାଧିନ ଅଛନ୍ତି। ରୋଗୀ ଜଣେ ଗାଡ଼ି ଚାଳକ ସେ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ନୁହଁନ୍ତି। ତେଣୁ ଡା.ରାମଚନ୍ଦାନି ଉକ୍ତ ରୋଗୀଙ୍କ ସ୍ତ୍ରୀଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହା ସହିତ ଅନ୍ୟ ଜଣେ ଏଡ୍‌ସ ରୋଗୀ ବଲାଙ୍ଗିର ଜିଲ୍ଲାର ସଂକ୍ରମିତ ରୋଗୀ । ସେ ଜଣେ ରାଜମିସ୍ତ୍ରୀ। ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ। ସେ ମଧ୍ୟ ଭିମସାରର ମେଡ଼ିସିନ ବିଭାଗରେ ଚିକିତ୍ସାଧିନ ରହିଛନ୍ତି। ବଲାଙ୍ଗିରର ଏହି ଏଡ଼ସ ସଂକ୍ରମିତ ରୋଗୀଙ୍କୁ ମଧ୍ୟ ସେ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଡାକ୍ତରଙ୍କ ଏହି ପରୋପକାରୀ ଚିକିତ୍ସା ସହାୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

- Advertisement -

ସୂଚନା ଥାଉକି, ଗତବର୍ଷ ୨୦୧୯ ମସିହା ଏଡ଼ସ ଦିବସ ଉପଲକ୍ଷେ ଡାକ୍ତର ଶଙ୍କର ରାମଚନ୍ଦାନି ତାଙ୍କର ଦୁଇ ଶିଶୁକନ୍ୟାଙ୍କ ପାଇଁ କୌଣସି ଉତ୍ସବ ପାଳନ କରିବା ପରିବର୍ତ୍ତେ ସେଥି ପାଇଁ ଜମା କରି ରଖିଥିବା ୫୦ ହଜାର ଟଙ୍କାକୁ ଏଡ୍‌ସ ସଂକ୍ରମିତ ହୋଇଥିବା ଜଣେ ୧୨ ବର୍ଷିୟ ବୟସ୍କ ବାଳକର ଚିକିତ୍ସା ଏବଂ ଶିକ୍ଷା ସକାଶେ ପ୍ରଦାନ କରିଥିଲେ। ଉକ୍ତ ଏଡସ୍‌ ସଂକ୍ରମିତ ବାଳକର ବାପା ୨୦୧୩ ଏବଂ ମା’ ୨୦୧୨ ମସିହାରେ ଏଡ୍‌ସ ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ରହିଥିବା ଅବସ୍ତାରେ ପ୍ରାଣ ହରାଇଥିଲେ। ବାଳକଟି ଗତ ୨୦୧୩ ମସିହାରୁ ଏଡ଼ସ୍ ଔଷଧ ସେବାନ କରୁଥିବା ବେଳେ ବାପାମା’ଙ୍କୁ ହରାଇବା ପରେ ମାଉସୀ ପାଖରେ ରହୁଛି, ଯିଏକି ଜଣେ ମଜୁରିଆ। ବାଳକଟି ଔଷଧ ନେବା ପାଇଁ ବୁର୍ଲା ଭିମସାରକୁ ଆସିଥିବା ଜାଣିବା ପରେ ସମାଜସେବୀ ଡାକ୍ତର ରାମଚନ୍ଦାନୀ ତାକୁ ଭେଟି ୫୦ ହଜାର ଟଙ୍କା ଗତବର୍ଷ ପ୍ରଦାନ କରିଥିଲେ। ଏହା ସହିତ ବିଭିନ୍ନ ସଚେତନ ମହଲରେ ଡାକ୍ତର ରାମଚନ୍ଦାନିଙ୍କ ବଦାନ୍ୟତାକୁ ଭୁୟାସୀ ପ୍ରଶଂସା କରାଯାଉଛି। ପୁର୍ବରୁ ମଧ୍ୟ ଡ଼ାକ୍ତର ରାମଚନ୍ଦାନି ଏଭଳି ଭାବରେ ଅନେକ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଗରୀବ ରୋଗୀଙ୍କ ଶବକୁ ନେଇ ଆମ୍ବୁଲାନସ ରାଶି ବ୍ୟବସ୍ତା କରି ଚର୍ଚ୍ଚାର ପରିସର ଭୁକ୍ତ ହୋଇଛନ୍ତି।

ଏହା ସହିତ ସୀମାନ୍ତରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଜବାନଙ୍କ ପରିବାରକୁ ତାଙ୍କର ମାସକର ଦରମା ପ୍ରାୟ ୬୦ ହଜାର ଟଙ୍କା ଦାନ କରି ଦେଇଥିଲେ। ଏହା ସହିତ ବୁର୍ଲା ଜୁନାପାଣି କୁଷ୍ଠ କଲୋନିକୁ ପୌଷ୍ୟଗ୍ରାମ ଗ୍ରହଣ କରିବା ରୋଗୀଙ୍କୁ ବିଭିନ୍ନ ସମୟରେ ଚିକିତ୍ସା ସହାୟତା ତଥା ଅନ୍ୟାନ୍ୟ ସହାୟତା କରି ଆସୁଥିବା ଦୃଷ୍ଟାନ୍ତ ରହିଛି। ଏଭଳି ଭାବରେ ଡାକ୍ତର ରାମଚନ୍ଦାନିଙ୍କ ବିଭିନ୍ନ ସମୟରେ ସହାୟତା ପ୍ରଦାନ ନିଶ୍ଚିତ ଭାବରେ ଅସହାୟଙ୍କୁ ସହାୟ ହେଉଥିବା ଜଣାପଡ଼ିଛି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories