www.samajalive.in
Thursday, December 11, 2025
13.1 C
Bhubaneswar

ରାଜ୍ୟର ୪ ସହରରେ ‘ପାଠକ’ ସମ୍ପତ୍ତି ଖୋଜୁଛି ଭିଜିଲାନ୍ସ: ଭୁବନେଶ୍ବର, ବଲାଙ୍ଗିର, ବ୍ରହ୍ମପୁର ଓ ସମ୍ବଲପୁରରେ ଚଢ଼ଉ

ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିରୋଧରେ ହୋଇଥିବା ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗର ଚେର ଖୋଜୁଛି ଏସଆଇଟି । ମଙ୍ଗଳବାର ଭିଜିଲାନ୍ସ ଏସଆଇଟିର ଭିନ୍ନଭିନ୍ନ ଦଳ ଭୁବନେଶ୍ବର, ବଲାଙ୍ଗିର, ବ୍ରହ୍ମପୁର, ସମ୍ବଲପୁର ସହର ସମେତ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଜାରି ରଖିଛି । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଶ୍ରୀ ପାଠକ ବଲାଙ୍ଗିରରେ କାର୍ଯ୍ୟ କରିଥିଲେ । ଏ ସମ୍ପର୍କରେ ଭିଜିଲାନ୍ସ ବଲାଙ୍ଗିରରେ ତଦନ୍ତ ଆରମ୍ଭ କରିଛି । ତାଙ୍କର ଦରମା ସ୍ଲିପ୍ ଓ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରିଛି ଭିଜିଲାନ୍ସ । ସେହିପରି ତାଙ୍କର ଜିପିଏଫ୍ ଓ ଅନ୍ୟାନ୍ୟ ଜମା ରାଶି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହୋଇଛି ।

ବଲାଙ୍ଗିର ସିସିଏଫ୍ ଅଧୀନରେ ଥିବା ୯ଟି କେନ୍ଦୁପତ୍ର ବିଭାଗରେ କିଛି କର୍ମଚାରୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା ଚର୍ଚା ହେଉଥିବାରୁ ସେମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସିସିଏଫ୍ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ସୂଚନା ଅନୁସାରେ ଭିଜିଲାନ୍ସ ବିଭାଗ ପାଠକଙ୍କର ଦରମା, ସମ୍ପତ୍ତି ତାଲିକା, ଆୟକର ସମ୍ପର୍କରେ ସୂଚନା ମାଗିଛି ।

- Advertisement -

ଶ୍ରୀ ପାଠକଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ ପରେ ଭୁବନେଶ୍ବର, ମୁମ୍ବାଇ, ପୁନେ ଓ ବିହାରର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା । ଏହି ସମୟରେ ତାଙ୍କ ନାମରେ ୯ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି । ଯାହା ତାଙ୍କର ମୋଟ ଆୟର ପ୍ରାୟ ସାଢ଼େ ଚାରିଗୁଣ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

ଅନ୍ୟପକ୍ଷରେ  ନିଲମ୍ବିତ ଆଇଏଫଏସ ଅଧିକାରୀଙ୍କ ଡ୍ରାଇଭରଙ୍କୁ ଆଜି ଭୁବନେଶ୍ୱରରେ ଭିଜିଲାନ୍ସ ପକ୍ଷରୁ ପଚରାଉଚରା କରାଯାଇଛି । ତାଙ୍କ ବାସଭବନରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବା ଭିଜିଲାନ୍ସ ପୂର୍ବରୁ ସୂଚନା ଦେଇଥିଲା । ଅନ୍ୟପକ୍ଷରେ ପାଠକଙ୍କ ବାସଭବନରେ କରାଯାଇଥିବା ଯାଞ୍ଚ ସମୟରେ ଭିଜିଲାନ୍ସ ବିଭାଗ କିଛି ଦଲିଲ ଜବତ କରିଥିଲା । ଏ ସମ୍ପର୍କରେ ମଧ୍ୟ ଅନୁସନ୍ଦାନ କରାଯାଉଛି ।

ସେହପରି ଶ୍ରୀ ପାଠକଙ୍କ ପୁଅ ଆକାଶ ବିରୋଧରେ ଟାଟା ମୋଟର୍ସ ପକ୍ଷରୁ  ଆସିଥିବା ଠକେଇ ଅଭିଯୋଗ ବିରୋଧରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତକୁ ଆହୁରି ଜୋରଦାର କରିଛି। ସିଆଇଡି, କ୍ରାଇମ ଶାଖାର ଏକ ଟିମ୍ ମଙ୍ଗଳବାର ବରହମପୁରରେ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କରିଛନ୍ତି । ଟାଟା ମୋଟର୍ସ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ସାଇବର ପୁଲିସ ଷ୍ଟେସନ ଦ୍ୱାରା ଆକାଶ ପଠକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories