www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପି ପକ୍ଷରୁ ଫର୍ଟିଲାଇଜର ମଣ୍ଡଳରେ ପ୍ରଶିକ୍ଷଣ ଶିବିର

ସାରନଗରୀ :ଦକ୍ଷିଣ ରାଉରକେଲା ସ୍ଥିତ ନବକୃଷ୍ଣନଗର ଠାରେ ବିଜେପି ପାନପୋଷ ସାଙ୍ଗଠନିକ ଜିଲା ପକ୍ଷରୁ ଫର୍ଟିଲାଇଜର ମଣ୍ଡଳ ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛ । ଉକ୍ତ ଶିବିର ଫର୍ଟିଲାଇଜର ମଣ୍ଡଳ ସଭାପତି ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଉକ୍ତ ଶିବିରକୁ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ଚିତରଂଜନ ନନ୍ଦ ଓ ଡାକ୍ତର ବିଷ୍ଣୁପ୍ରିୟା ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ। ଏକ ସଶକ୍ତ ଓ ଡିଜିଟାଲ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହାକୁ ସାକାର କରିବା ପାଇଁ ପ୍ରତ୍ୟେକ କର୍ମୀ ତୃଣମୂଳ ସ୍ତରରେ ଏକଜୁଟ ହୋଇ କାର୍ୟ୍ୟ କରିବାକୁ ଶିବିରରେ ଉପସ୍ଥିତ ବିଜେପିର ବରିଷ୍ଠ ନେତା ମାନେ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ କର୍ମୀ ମୋଦି ମନ୍ତ୍ରରେ ଦୀକ୍ଷିତ ହୋଇ କାର୍ୟ୍ୟକଲେ ଦେଶର ସହ ନିଜ ଅଂଚଳର ମଧ୍ୟ ଅନୂରୂପ ବିକାଶ ହୋଇପାରିବ ବୋଲି କର୍ମୀ ମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ମୋଦିଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ସମ୍ପର୍କରେ ଉପସ୍ଥିତ ବିଜେପି କର୍ମୀ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।

ଉକ୍ତ ଶିବିରରେ ପାନପୋଷ ସାଙ୍ଗଠନିକ ଜିଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି,ରାଜ୍ୟ ବିଜେପି କାର୍ୟ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା,ନିହାର ରାୟ,ବିଜେପି ଏସସି ମୋର୍ଚ୍ଚାର ଜିଲା ସଭାପତି ଦୁର୍ଗା ତନ୍ତୀ,ବିଜେପି ମୁଖପାତ୍ର ଭଗବାନ ରାଉତ,ଗଙ୍ଗାଧର ଦାସଙ୍କ ସମେତ ବିଜେପିର ବରିଷ୍ଠ ନେତା ତପନ ସ୍ୱାଇଁ, ଦିଲୀପ କୁମାର ଦାସ, ସୁବ୍ରତ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଫର୍ଟିଲାଇଜର ମଣ୍ଡଳ ବିଜେପି ପକ୍ଷରୁ ବରିଷ୍ଠ କାର୍ୟ୍ୟକର୍ତା ମୂରଲୀ ଗୌଡ଼, ଶ୍ରୀଚରଣ ମିଶ୍ର, ରାଜକିଶୋର ଭଂଜ, ଗୋପାଳ ଘଡ଼େଇ, ରାମଚନ୍ଦ୍ର ସେଠୀ, ଶରତ ପାଢୀ, ଶାରଦାକାନ୍ତ ଦାସ, ବାସୁଦେବ ନାଥ, ସୁରେଶ ନାୟକ, ରଙ୍କନିଧି ସାହୁ, ଦୀପକ ସାହୁ, ଫିରୋଜ ଖାନ, ଏମଡି ଆଜାଦ, ଉତମ ଜେନା, ସପନା ରାଉତ, ହୀରା ପୃତି, ସୁମିତ୍ରା ସେଠୀ, ରାଜେଶ ସାହୁଙ୍କ ସମେତ ଅନ୍ୟାନ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରକୁ ସଫଳ କରିଥିଲେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories