www.samajalive.in
Friday, December 12, 2025
23.1 C
Bhubaneswar

୭୫%ରେ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ, ସବୁ ଶନିବାର ବନ୍ଦ ରହିବ

ଭୁବନେଶ୍ବର: ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ଅଫିସ ଗାଇଡ୍‌ଲାଇନ୍‌ ସ୍ଥିର କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର‌ରେ ୭୫% କର୍ମଚାରୀଙ୍କୁ ନେଇ ରାଜ୍ୟରେ ଚାଲିବ ସରକାରୀ ଅଫିସ। ଡିସେମ୍ବର ୨୦୨୦ରେ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଏହା ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକ କର୍ମଚାରୀ କ୍ଷମତାର ୭୫ ପ୍ରତିଶତ (ଗ୍ରୁପ୍‌-ଏ ଅଧିକାରୀଙ୍କ ସମେତ)କୁ ନେଇ କାର୍ଯ୍ୟ କରିବ ଏବଂ ଏହା ସୁନିଶ୍ଚିତ କରାଯିବ ଯେ କାର୍ଯ୍ୟାଳୟର କାର୍ଯ୍ୟରେ ବ୍ୟାଘାତ ହେବ ନାହିଁ। ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେ ନେଇ ଗୁରୁତ୍ବ ଦିଆଯିବ। କେଉଁ ସରକାରୀ କର୍ମଚାରୀମାନେ ଅଫିସ ଆସି କାମ କରିବେ ତାହା ଅଫିସର ମୁଖ୍ୟ ସ୍ଥିର କରିବେ। ତେବେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଦିନ ବନ୍ଦ ରହିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ମର୍ମରେ ଆଦେଶନାମା ଜାରି କରାଯାଇଛି।

ଅପରପକ୍ଷରେ ଜରୁରୀକାଳିନ ସେବାରେ ଥିବା ଅଫିସ ପୂରା କର୍ମଚାରୀଙ୍କୁ ନେଇ ଚାଲିବ। ଏସଆରସି ଏବଂ ଓଏସଡିଏମଏ ଅଫିସ, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ଇତ୍ୟାଦି ଅଫିସଗୁଡ଼ିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ। ଅଫିସକୁ ଆସିଥିବା କର୍ମଚାରୀଙ୍କ ସହ ବିଭାଗର ମୁଖ୍ୟଙ୍କୁ କରୋନା ପ୍ରେ‌ାଟୋକଲ ମାନି ଚଳିବାକୁ ହେବ। ଯେଉଁମାନଙ୍କୁ ଭିପିଏନ ସୁବିଧା ଦିଆଯାଇଛି, ସେମାନେ ଘରୁ କାମ କରିପାରିବେ। ତେବେ ଆବଶ୍ୟକସ୍ଥଳେ ସେମାନଙ୍କୁ ଅଫିସ ଆସିବାକୁ ହେବ ଏବଂ ଫୋନରେ ଯୋଗାଯୋଗ ପାଇଁ ସବୁବେଳେ ଉପଲବ୍ଧ ହେବାକୁ ପଡ଼ିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories