www.samajalive.in
Thursday, December 11, 2025
15.1 C
Bhubaneswar

କଲମପୁର ଓ ବିଜମରା ଠାରେ ବିଜେପି ପ୍ରଶିକ୍ଷଣ ଶିବିର, ସଂଗଠନ ସୁଦୃଢ କରିବାର ମନ୍ତ୍ର ଦେଲେ ସାଂସଦ

କଲମପୁର : ଭାରତୀୟ ଜନତା ପାର୍ଟି କଲମପୁର ମଣ୍ଡଳ ତରଫରୁ ସ୍ଥାନୀୟ ଯାଦବ ଭବନ ଠାରେ ଓ ବିଜମରା ମଣ୍ଡଳ ତରଫରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଇଯାଇଛି। ଯାଦବ ଭବନଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ କଲମପୁର ମଣ୍ଡଳ ସଭାପତି କମଳ ଲୋଚନ ବାଗ ଅଧ୍ୟକ୍ଷତା କରିଥିବା ବେଳେ ବିଜମରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଆୟୋଜିତ ଶିବିରରେ ବିଜମରା ମଣ୍ଡଳ ସଭାପତି ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଉଭୟ ଶିବିରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସାଂସଦ ଶ୍ରୀ ପଣ୍ଡା ଦଳୀୟ ସଂଗଠନ ଉପରେ ଗୁରୁତ୍ୱ ଦେବା ପାଇଁ କର୍ମୀଙ୍କୁ ବୁଝାଇଥିଲେ। ମା’ ମାଟି ପାଇଁ ସର୍ବଦା କାର୍ଯ୍ୟ କରିବାକୁ ସାଂସଦ ପଣ୍ଡା କହିବା ସହ ନିଜ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ଶିବିରରେ ଜିଲା ପ୍ରଶିକ୍ଷଣ ଶିବିରର ସଂଯୋଜକ ତଥା ବରିଷ୍ଠ ନେତା ସୁଧିର ରଞ୍ଜନ ପାଟ୍ଟଯୋଷୀ, ବରିଷ୍ଠ ନେତା ତଥା ପୂର୍ବତନ ଜିଲା ସଭାପତି ଧନଞ୍ଜୟ ପାତ୍ର, ଯୁବନେତା ଲକ୍ଷ୍ମୀକାନ୍ତ ବାଗ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଗୋଦାବରିଶ ପାତ୍ର, ବିଜୟ କୁମାର ପଣ୍ଡା, ଘନଶ୍ୟାମ ନାଏକ ପ୍ରମୁଖ ଉପସ୍ଥିତ ରହି କର୍ମୀଙ୍କୁ ଉତ୍ସାହିତ କରିଥିଲେ। କଲମପୁର ଶିବିରକୁ ସୁଧିର ରଞ୍ଜନ ରାଉତ ପରିଚାଳନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories