www.samajalive.in
Thursday, December 11, 2025
18.1 C
Bhubaneswar

ବଲାଙ୍ଗିରରୁ ଜୟ କିଷାନ ଆନ୍ଦୋଳନର ଆହ୍ୱାନ

ବଲାଙ୍ଗିର:ଜିଲା ପ୍ରଶାସନ ଗତ ୧୮ ତାରିଖରୁ ଧାନ କିଣିବା ନେଇ ସମସ୍ତ ପେକ୍ସକୁ ନିର୍ଦେଶ ଦେଇଥିଲେ। ହେଲେ ବର୍ତ୍ତମାନ କେତେକ ମଣ୍ଡିରେ ଚାଷୀ ଠାରୁ ଧାନ କିଣିବା ଆରମ୍ଭ ହୋଇଛି। ଅନେକ ମଣ୍ଡିରେ ଏ ପର୍ଯ୍ୟନ୍ତ ଧାନ କିଣା ଯାଇନାହିଁ। ଧାନ କିଣା ସମୟରେ ଅବ୍ୟବସ୍ଥା ରହିଥିବାରୁ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶନିବାର ଅପରାହ୍ନରେ ସ୍ଥାନୀୟ ଯାଦବ ଭବନରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ଜୟ କିଷାନ ଆନ୍ଦୋଳନ ପାଇଁ ଚାଷୀ ନେତା ମେଳି ବାନ୍ଧିଛନ୍ତି।
ତ୍ରିଲୋଚନ ପୁଞ୍ଜିଙ୍କ ସଭାପତିତ୍ୱରେ ତଥା ଆବାହକ ସତ୍ୟ ବନଛୋରଙ୍କ ଦ୍ୱାରା ପରିଚାଳିତ ସଭାରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଚାଷୀ ନେତା ଓ ସହଯୋଗୀ ସଙ୍ଗଠନମାନେ ଯୋଗଦେଇ ଜିଲାରେ ଧାନ କିଣା ଅବ୍ୟବସ୍ଥା ନେଇ ଆଲୋଚନା କରିଥିଲେ। ଯେଉଁ ମଣ୍ଡିରେ କିଣିବା ଆରମ୍ଭ ହୋଇଛି ସେହି ସ୍ଥାନ ମାନଙ୍କରେ ୭ରୁ ୮ କେଜି କ୍ୱିଣ୍ଟାଲ ପିଛା ଧାନ କଟା ଯାଉଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ସରକାରୀ ନିୟମ ଅନୁସାରେ, କଟନି ବ୍ୟବସ୍ଥା ନାହିଁ। କ୍ୱିଣ୍ଟାଲ ପିଛା ୬ କିଲୋ ଯାଏଁ ବାଲି, ମାଟି, ଗୁଡି, କୁଟା କାଠି, ଅଗାଡି, ଖରାପ ବେରଙ୍ଗି, ପାଣିପୋକା ଓ ଅପରିପକ୍ୱ ପ୍ରଭୃତି ହୋଇଥିଲେ ମଧ୍ୟ କଟନି କରିପାରିବେ ନାହିଁ। ସେହିପରି ସରକାର ନିଜେ ଧାନ କିଣିବାର ବ୍ୟବସ୍ଥା ଥିଲେ ହେଁ ଏଥିରେ ସିଧାସଳଖ ମିଲ ମାଲିକ ସଂପୃକ୍ତ ନେଇ ଚାଷୀର ଧାନ କାଟିବାକୁ ବାଧ୍ୟ କରୁଥିବା ମତପ୍ରକାଶ ପାଇଥିଲା।
ବେଲପଡା ବ୍ଲକ ଧୁମାଭଟା ମଣ୍ଡିରେ ଚାଷୀଙ୍କ ବିରୋଧ ଯୋଗୁଁ ଶହ ଶହ ବସ୍ତା ଧାନ ମଣ୍ଡିରେ ପଡି ରହିଛି। ଟୋକନ ବ୍ୟବସ୍ଥା ଦେବା ନେଇ ପ୍ରଶାସନ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରଖିଛି। ଗରିବ ଚାଷୀ ଏତେ ଦିନ ଧରି ରହି ପାରିବ ନାହିଁ। ଫଳରେ ବାଧ୍ୟ ହୋଇ ଦଲାଲ ହାତରେ ଦେଇ ଶୋଷିତ ହେବ। ତେଣୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଟୋକନ ବ୍ୟବସ୍ଥା କରିବାକୁ ଆଲୋଚନାରେ ମତପ୍ରକାଶ ପାଇଥିଲା। ସେହିପରି କପାକୁ ନେଇ ଜିଲାରେ ଯେଉଁ ତିନୋଟି ମଣ୍ଡି ବ୍ୟବସ୍ଥା ରହିଛି ତାହା ଜିଲର ପଞ୍ଚାୟତ ସ୍ତରରେ ଖୋଲିବାକୁ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ରକାର ପ୍ରଶାସନର ଚାଷୀ ଶୋଷଣ ନୀତିନେଇ ଆସନ୍ତା ଡିସେମ୍ବର ୨ ତାରିଖରେ ଜିଲା ସଦର ମହକୁମା ଓ ପ୍ରତ୍ୟକ ବ୍ଲକର ·ଷୀ ପ୍ରତିନିଧିମାନେ ଜିଲାପାଳଙ୍କୁ ଭେଟି ଆଲୋଚନା କରିବେ। ଯଦି ଜିଲା ପ୍ରଶାସନ ଦାବି ଅମାନ୍ୟ କରେ ତାହା ହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଶେଷରେ ଜୟ କିଷାନ ଆନ୍ଦୋଳନର ପ୍ରବକ୍ତା ଭାବେ ଗିରିରାଜ ଭୋଇ ଓ ବ୍ୟାସଦେବ ଥନାପତିଙ୍କୁ ସର୍ବସମତି କ୍ରମେ ମନୋନୀତ କରାଯାଇଥିଲା। ସଭାରେ ଆବାହକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଅଚ୍ୟୁତ ସିପୁନ ଖମାରୀ, ଚାଷୀ ନେତା ପରଦେଶୀ ବିଶ୍ୱାଳ, ରାଜେଶ ବଗର୍ତ୍ତୀ, କପିଳ କୁମ୍ଭାର, ସୁମନ୍ତ ମେହେର,ପ୍ରଦୀପ ପଧାନ, ବନମାଲି ନାଏକ, କୃଷ୍ଣ ଚନ୍ଦ୍ର ସାହୁ, ପୁରନ୍ଦର ଭୋଇ, ସୁଶୀଳ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories