www.samajalive.in
Thursday, December 11, 2025
13.1 C
Bhubaneswar

ନେଦରଲ୍ୟାଣ୍ଡ ରାସ୍ତାରୁ ବାହାରୁଛି ଆଲୋକ

ପରିବେଶ ପ୍ରଦୂଷଣକୁ ନେଇ ପ୍ରଚାର ଅଭିଯାନରେ ଆମେ ଲାଗିପଡ଼ିଛେ, ହେଲେ କାର୍ଯ୍ୟକାରୀ କେତେ ଦୂର କରୁଛେ? ଜଙ୍ଗଲ କାଟି ପଦା କରୁଛେ, ପ୍ଲାଷ୍ଟିକ୍ ବ୍ୟବହାର ଏଯାଏଁ ନିୟନ୍ତ୍ରଣରେ ନାହିଁ, ତା’ ସହ ଗାଡ଼ିମଟର ବିଜ୍ଞାପନ ଓ ବିକ୍ରି ଉଭୟ ତାଳ ଦେଇ ବଢ଼ିବାରେ ଲାଗିଛି। ବିଦେଶୀ ରାଷ୍ଟ୍ରଗୁଡ଼ିକ ପ୍ରଦୂଷଣ ବାବଦରେ ଅଳ୍ପବହୁତେ ସତର୍କ ହେଲେଣି। ନେଦରଲ୍ୟାଣ୍ଡର ଉତ୍ତର ପ୍ରାନ୍ତରେ ଥିବା ଲିଡ୍‌ଜବାର୍କ ୱାର୍ମନିସ୍କି ସହରବାସୀ ନେଇଥିବା ପଦକ୍ଷେପ ନିହାତି ଭାବେ ପ୍ରଶଂସନୀୟ। ସ୍ଥାନୀୟ ବିଶ୍ବବିଦ୍ୟାଳୟର ବିଶେଷଜ୍ଞ ଦଳ ପ୍ରଦୂଷଣ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଗାଡ଼ି, ମଟର ଚଳାଇବା କମ୍ କରିବାକୁ ନିର୍ଦେଶ ଦେଇଆସୁଛନ୍ତି। ଲୋକେ ମଧ୍ୟ ସଚେତନ ହୋଇ ସାଇକଲ୍‌ରେ ଯା-ଆସ କଲେ। ସାଇକଲ୍ ଚଳାଇବା ନିମନ୍ତେ ସହରର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ସ୍ବତନ୍ତ୍ର ରାସ୍ତା ଥିବାବେଳେ ଏଇ ରାସ୍ତାକୁ ରାତିରେ ଆଲୋକିତ କରିବାର ବିଶେଷ ବ୍ୟବସ୍ଥା କରାଗଲା। ଫସ୍‌ଫରସ୍‌୍‌ରେ ଅନ୍ୟାନ୍ୟ ରାସାୟନିକ ମିଶ୍ରଣ କରାଯାଇ ରାସ୍ତାରେ ମିଶ୍ରଣ କରାଯିବା ପରେ ସୂର୍ଯ୍ୟ କିରଣରେ ରାସ୍ତା ଦିନମାନ ଶକ୍ତି ନେଇ ରାତିରେ ନୀଳ ରଙ୍ଗରେ ଆଲୋକିତ ହେଲା। ୧୦ ଘଣ୍ଟା ରାତିବେଳା ଆଲୋକିତ ରହୁଥିବା ଏଇ ରାସ୍ତାରେ ସ୍ଥାନୀୟ ଲୋକ ଚାଲି କରି ଯା-ଆସ କରିବା ସହ ସାଇକଲ୍‌ରେ ମଧ୍ୟ ଯିବାଆସିବା କରିଥାନ୍ତି। ବର୍ଷା ହେଲେ ମଧ୍ୟ ରାତିରେ ଏହି ରାସ୍ତା ଆଲୋକିତ ରହେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories