www.samajalive.in
Friday, December 12, 2025
23.1 C
Bhubaneswar

ଶନିବାର ରାଶିଫଳ(୨୮/୧୧/୨୦୨୦)

ମେଷ: ଧନବାନ୍‍ ହେବେ। ଗୁଣର ସାଗର ଭାବେ ପ୍ରସିଦ୍ଧି ଲାଭ କରିବେ। ରୋଜଗାରୀ ହେବେ। ଶାରୀରିକ ଶକ୍ତିଯୁକ୍ତ ଓ ରୂପବାନ୍‍ ହୋଇ ହୋଇପାରନ୍ତି। ଜନସାଧାରଣ ଶ୍ରଦ୍ଧାର ପାତ୍ର ହେବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ବୃଷ: ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଚକ୍ଷୁରେ ସାମୟିକ ଭାବେ ଯନ୍ତ୍ରଣା ଉପୁଜି ପାରେ। ବନ୍ଧୁମାନେ ସହଯୋଗ ପରିବର୍ତ୍ତେ କରଛଡ଼ା ଦେଇପାରନ୍ତି। ମଧୁରଭାଷାରେ ପରକୁ ନିଜର କରିବେ।
ମିଥୁନ: ବିଭିନ୍ନ ସ୍ତରରୁ ସହାୟତା ମିଳିବ। ଦୈନନ୍ଦିନ କାର୍ଯ୍ୟ ଉତ୍ସାହପ୍ରଦ ହେବ। ପାରିବାରିକ ସୁଖ ମିଳିବ। ମନୋବଳ ବୃଦ୍ଧି ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। ମନ ପ୍ରସନ୍ନ ରହିବ।
କର୍କଟ: ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ କାର୍ଯ୍ୟକୁ ଆଗକୁ ବଢ଼ାଇପାରନ୍ତି। କର୍ମତତ୍ପରତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ସରକାରୀ ଧନ ମିଳିବ। ଗୁଣଜ୍ଞ ହେବେ।
ସିଂହ: ସଂପର୍କର ସେତୁ ସ୍ଥାପନ କରିପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। କର୍ତ୍ତବ୍ୟ ପରାୟଣ ହେବେ। ଗୃହ ପରିବେଶ ଶାନ୍ତ ରହିବ। ସର୍ବ ସୁଖ ଆଶା କରାଯାଏ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସର୍ବ ସୁଖ ମିଳିବ।
କନ୍ୟା: ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟସାଧ୍ୟ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ମିଳିପାରେ। ବଳବାନ୍‍ ହୋଇପାରନ୍ତି।
ତୁଳା: ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ପାରସ୍ପରିକ ବୁଝାମଣା ଅବ୍ୟାହତ ରହିବ। ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି। ଶତ୍ରୁ ଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ରହିବ ନାହିଁ। ପତ୍ନୀଙ୍କ ସହାୟତା ମିଳିବ।
ବିଛା: ମନରେ ଦୁର୍ଭାବନା ଜାତ ହୋଇପାରେ। କଳ୍ପନା ବିଳାସୀ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। କର୍ମତତ୍ପରତା ପାଇବ। କୁଳ ପ୍ରଧାନ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିପାରେ। ଧନ ସଞ୍ଚୟ କରିପାରନ୍ତି।
ଧନୁ: ଶୁଭ ଯୋଗ ଅଛି। ଇଚ୍ଛାଧୀନ କାର୍ଯ୍ୟ କରିପାରନ୍ତି। କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ନୈତିକତା ବୃଦ୍ଧି ପାଇବ। କାର୍ଯ୍ୟ ଦକ୍ଷତା ପ୍ରକାଶିତ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁଶୀଳ ଶୁଦ୍ଧ ସ୍ୱଭାବର ହେବେ।
ମକର: ଯୋଗାଯୋଗ ଫଳଦାୟକ ହେବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଜିଦ୍‍ଖୋର ମନୋବୃତ୍ତିର ହୋଇପାରନ୍ତି। ନାନାବିଧ ସମ୍ମାନ ଅଧିକାରୀ ହେବେ। ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି।
କୁମ୍ଭ: ପରିଶ୍ରମ ଯେତେ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ନ୍ୟାୟ ପାଇଁ ବିବାଦର ସମ୍ମୁଖୀନ ହେବେ। ସ୍ଥିତି ଅନୁକୂଳ ରହିଛି। କର୍ମଚଞ୍ଚଳ ରହିବେ। ଅସାଧ୍ୟ ସାଧନ ପାଇଁ ଆଗ୍ରହୀ ହେବେ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି।
ମୀନ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଶ୍ରମ ସାର୍ଥକ ହେବ। ସମ୍ମାନ ବୃଦ୍ଧି ହେବ। ଚେଷ୍ଟାରେ ସଫଳତା ମିଳିବ। ସର୍ବାଙ୍ଗୀନ ଉନ୍ନତି ହୋଇପାରେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିପାରନ୍ତି। ପ୍ରଚୁର ଧନର ଅଧିକାରୀ ହେବେ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories