www.samajalive.in
Friday, December 12, 2025
17.1 C
Bhubaneswar

ଲାଞ୍ଚ ମାମଲାରେ ପୂର୍ବତନ ସିଡିପିଓଙ୍କୁ ୩ ବର୍ଷ ଜେଲ୍‌

ଭୁବନେଶ୍ବର : ଅଙ୍ଗନବାଡି କର୍ମୀଙ୍କର ବକେୟା ବିଲ୍‌ ମଞ୍ଜୁର ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ବାଣପୁର ପୂର୍ବତନ ସିଡିପିଓ ରାଜକୁମାରୀ ଦେଈଙ୍କୁ ସ୍ଥାନୀୟ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସଞ୍ଜୀବ ଦୁ‌େ‌ବ ୩ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହିତ ୧୫୦୦୦ ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦାୟ ତାଙ୍କୁ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।
ମାମଲାରୁ ପ୍ରକାଶ, ବାଣପୁର ବ୍ଲକର ଚମ୍ପାଦେଇପୁର ଗ୍ରାମର ଅଙ୍ଗନବାଡ଼ି କର୍ମୀ ବନ୍ଦନା ଷଡଙ୍ଗୀଙ୍କଠାରୁ ୨୦୧୨ ଏପ୍ରିଲ୍‌ ୧୯‌ରେ ଭୁବନେଶ୍ବର ଭିଜିଲାନ୍ସ ଏସ୍‌ପିଙ୍କୁ ଭେଟି ତାଙ୍କର ବକେୟା ଅର୍ଥକୁ ପୈଠ କରିବା ଲାଗି ବାଣପୁର ସିଡିପିଓ ୮୭୪୦ ଟଙ୍କା ଲାଞ୍ଚ ମାଗୁଛନ୍ତି। ତେବେ ଅଙ୍ଗନବାଡି କର୍ମୀଙ୍କଠାରୁ ଲାଞ୍ଚ ନେବା ବେଳେ ଇନ୍ସପେକ୍ଟର ହରିପ୍ରିୟା ନାୟକଙ୍କ ନେତୃତ୍ବରେ ଏକ ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ସିଡିପିଓ ରାଜକୁମାରୀ ଦେଈଙ୍କୁ କାବୁ କରିଥିଲା। ଏହି ମାମଲାରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ସିଡିପିଓ ରାଜକୁମାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ପିପି ହେମନ୍ତ କୁମାର ସ୍ବାଇଁ ପରିଚାଳନା କରୁଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories