www.samajalive.in
Saturday, December 13, 2025
21.1 C
Bhubaneswar

ପୂଜାପାଠ ଓ ମନ୍ତ୍ର ଜପ କରିବା ସମୟରେ ସର୍ବଦା ରେଶମ ଆସନରପ୍ରୟୋଗ କରିବା ଖୁବ ଶୁଭ

ଶାସ୍ତ୍ର ଅନୁଯାୟୀ ପୂଜାପାଠ ଓ ମନ୍ତ୍ର ଜପ କରିବା ସମୟରେ ସର୍ବଦା ଆସନର ପ୍ରୟୋଗ କରିବା ଉଚିତ। ଆସନ ବିନା ଭୂମିରେ ପୂଜାପାଠ କରିବା ଦ୍ୱାରା ଦୁଃଖ ପ୍ରାପ୍ତି ହୋଇଥାଏ।
ଧାର୍ମିକ କାର୍ୟ୍ୟ ପୂଜାପାଠ, ଯଜ୍ଞ, ପ୍ରାର୍ଥନା ଆଦି କରିବା ସମୟରେ ଆସନର ପ୍ରୟୋଗ କରାଯାଇଥାଏ। ପୂଜାପାଠ ମନ୍ଦିରରେ ହେଉ ଅଥବା ଗୃହରେ ବସିବା ଅବସ୍ଥାରେ ପୂଜା କରିବା ସମୟରେ ଆମକୁ ଆସନର ବ୍ୟବହାର କରିବାକୁ ପଡ଼େ। ଶାସ୍ତ୍ରରେ ଏପରି କରିବାର କାରଣ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ପ୍ରତିଦିନ ପୂଜା କରିବା ସମୟରେ କିଭଳି ଆସନ ବ୍ୟବହାର କରିବା ଉଚିତ, ତାହା ମଧ୍ୟ ଜାଣିବା ଆବଶ୍ୟକ।
ପୂଜାପାଠ ଓ ମନ୍ତ୍ର ଜପ କରିବା ସମୟରେ ସର୍ବଦା ରେଶମ ଓ ତାଳପତ୍ରରେ ପ୍ରସ୍ତୁତ ଆସନର ପ୍ରୟୋଗ କରିବା ଖୁବ ଶୁଭ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏପରି କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ, ଜୀବନରେ ସୁଖଶାନ୍ତି ପ୍ରାପ୍ତି ହେବା ସହ ବାଧାବିଘ୍ନ ଦୂର ହୋଇଥାଏ।
ସେଭଳି ବାଉଁଶରେ ନିର୍ମିତ ଆସନରେ ବସି ପୂଜାପାଠ କିମ୍ବା ମନ୍ତ୍ର ଜପ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦରିଦ୍ରତା ଆସିଥାଏ।
ପଥର କିମ୍ବା ଇଟାରେ ବସି ପୂଜାର୍ଚ୍ଚନା ଓ ମନ୍ତ୍ର ଜପ କରିବା ଦ୍ୱାରା ରୋଗ ଲାଗି ରହିଥାଏ। କାଠରେ ନିର୍ମିତ ଆସନ ପ୍ରୟୋଗ କରିବା ଦ୍ୱାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ।
ଘାସର ଆସନରେ ପୂଜାର୍ଚ୍ଚନା କରିବା ଦ୍ୱାରା ଯଶ କିର୍ତ୍ତି ନଷ୍ଟ ହୋଇଥାଏ।
ପତ୍ରରେ ପ୍ରସ୍ତୁତ ଆସନରେ ପୂଜା ଓ ପ୍ରାର୍ଥନା କରିବା ଦ୍ୱାରା ମନ ବ୍ୟସ୍ତ ରହିଥାଏ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories