www.samajalive.in
Saturday, December 13, 2025
26.1 C
Bhubaneswar

ଅଫିସ ଅଫ ପ୍ରଫିଟ ପ୍ରସଙ୍ଗ, ବିବାଦରେ ବିଧାୟିକା !

ସୁନ୍ଦରଗଡ଼: ସଦର ବିଧାୟିକା କୁସୁମ ଟେଟେ ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷା ପଦବୀ ଓ ଅଫିସ ଅଫ ପ୍ରଫିଟ ପ୍ରସଙ୍ଗରେ ବିବାଦ ଘେରକୁ ଚାଲିଆସିଥିବାରୁ ବିରୋଧିଙ୍କୁ ଚର୍ଚ୍ଚାର ଖୋରାକ ମିଳିଯାଇଛି। ଅଭିଯୋଗ ଅନୁଯାୟୀ, ସୁନ୍ଦରଗଡ଼ ପୌରପାଳିକା ୨ନମ୍ବର ୱାର୍ଡ଼ର ବାସିନ୍ଦା ତଥା ବିଜେଡ଼ି ନେତା ଜଗଦୀପ ପ୍ରତାପ ଦେଓ ମାନ୍ୟବର ରାଜ୍ୟପାଳଙ୍କୁ ଭାରତୀୟ ସମ୍ବିଧାନର ୧୯୨ଅନୁଛେଦ ଅନୁସାରେ ତାଙ୍କ ପଦକୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଦାବି କରିବା ସହ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗକାରୀ ଶ୍ରୀ ଦେଓ ନିଜ ଦାବିପତ୍ରରେ ଅଭିଯୋଗ କରିଛନ୍ତି ଯେ, ବିଧାୟିକା ଟେଟେ ପ୍ରାର୍ଥୀପତ୍ର ଦାଖଲ ବେଳେ ନିଜ ସତ୍ୟପାଠରେ ଏହା ଉଲ୍ଲେଖ କରିନଥିବାରୁ ନିର୍ବାଚିତ ଜନପ୍ରତିନିଧି ଆଇନକୁ ଉଲଂଘନ କରୁଛି। ତେଣୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏଭଳି ଅଭିଯୋଗ ପାଇବା ପରେ ରାଜ୍ୟପାଳ ଏହାର ତଦନ୍ତ କରିବା ପାଇଁ ନିର୍ବାଚନ ଆୟୋଗକୁ ଲେଖି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ନିର୍ବାଚନ କମିସନ ମୁଖ୍ୟ ଶାସନ ସଚିବ ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କୁ ନିଜ ମତାମତ ଦେବା ପାଇଁ ସୁପାରିଶ କରିଥିବାରୁ ଇତିମଧ୍ୟରେ ଜିଲାପାଳ ନିଜ ରିପୋର୍ଟ ନିର୍ବାଚନ କମିସନ ଓ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବାର ଜଣାପଡ଼ିଛି। ସମସ୍ତ ରିପୋର୍ଟ ପହଞ୍ଚିବା ପରେ ନିର୍ବାଚନ କମିସନ ତାଙ୍କ ରିପୋର୍ଟ ଖୁବଶୀଘ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଏ ପ୍ରସଙ୍ଗ ପଦାକୁ ଆସିବା ପରେ ଭିନ୍ନ ଭିନ୍ନ ଚର୍ଚ୍ଚା ଜାରି ରହିଛି। ଏ ଅଭିଯୋଗ ସଂପର୍କରେ ବିଧାୟିକାଙ୍କ ପ୍ରତିକ୍ରିୟା ଲୋଡ଼ା ଯିବାରୁ, ବିଧାୟିକା ଟେଟେ ମୋତେ ଯିଏ (ମୁଖ୍ୟମନ୍ତ୍ରୀ) ଏହି ପଦବୀରେ ନିଯୁକ୍ତି ଦେଇଥିଲେ ତାଙ୍କୁ (ମୁଖ୍ୟମନ୍ତ୍ରୀ) ୧୬.୩.୨୦୧୯ରେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲି ଓ ତାପରଠାରୁ ଏହି ପଦବୀକୁ ନେଇ କୌଣସି ପ୍ରକାର ଲେଣଦେଣ ଓ କାର୍ଯ୍ୟାଳୟକୁ ମଧ୍ୟ ଯାଇନଥିଲି। ତେଣୁ ଅଫିସ ଅଫ ପ୍ରଫିଟ(ଲାଭ ଜନକ ପଦବୀ)ର ଉଲଂଘନର ପ୍ରଶ୍ନ ଉଠୁନାହିଁ ବୋଲି କହିଥିବା ବେଳେ ବିଜେଡ଼ିରୁ ମଧ୍ୟ ଇସ୍ତଫା ଦେଇଥିଲି। ସୁନ୍ଦରଗଡ଼କୁ ସୁନ୍ଦର କରିବା ପ୍ରୟାସ ଜାରି ରହିଥିବା ବେଳେ ଏଥିରେ ବାଧା ସୃଷ୍ଟି କରିବା ପାଇଁ ବିରୋଧିଙ୍କ ଏହା ଏକ ଚାଲ ବୋଲି କହିବା ସହ ମୁ ସମସ୍ତ ପ୍ରକାର ତଦନ୍ତକୁ ସ୍ୱାଗତ କରୁଛି ଓ ଏଥିରେ ସହଯୋଗ କରିବି ବୋଲି ମଧ୍ୟ ପ୍ରତିଶୃତି ଦେଉଛି ମାତ୍ର ଅଯଥା ବିଭ୍ରାନ୍ତି ସୃଷ୍ଟି କରି ମୋର ଲୋକପ୍ରିୟତାକୁ ହ୍ରାସ କରିବାର ହୀନ ପ୍ରୟାସକୁ ନିନ୍ଦା କରୁଛି ବୋଲି କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories