ଶୋଭାଯାତ୍ରା ବେଳେ ସାଇକଲରୁ ପଡ଼ିଗଲେ ତେଜ ପ୍ରତାପ

0

ପାଟନା : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପକ୍ଷରୁ ହୋଇଥିବା ଏକ ସାଇକଲ ଶୋଭାଯାତ୍ରାରେ ଦଳୀୟ ନେତା ତେଜପ୍ରତାପ ଯାଦବ ହଟହଟା ହୋଇଛନ୍ତି। ଗୁରୁବାର ତେଜ ପ୍ରତାପ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ପାଟନାରେ ସାଇକଲ ଚଳାଇ ଶୋଭାଯାତ୍ରାରେ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ତଳେ ପଡିଯାଇଥିଲେ। ଏହି ଘଟଣା ପାଇଁ ତେଜ ପ୍ରତାପ ସାଧାରଣରେ ଲଜ୍ଜିତ ହୋଇଥିଲେ। ଏକ ଗୋଲେଇ ଛକରେ ସେ ତାଙ୍କ ସାଇକଲକୁ ବୁଲାଇବା ନିୟନ୍ତ୍ରଣ ହରାଇ ପଡିଯାଇଥିଲେ। ରାଲିରେ ସାମିଲ ଥିବା ସୁରକ୍ଷା କର୍ମୀ ଓ ସହଯୋଗୀମାନେ ଉଠାଇବା ପୂର୍ବରୁ ସେ ଉଠି ପଡିଥିଲେ।

Leave A Reply