www.samajalive.in
Wednesday, December 10, 2025
26.1 C
Bhubaneswar

୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣକୁ ୧୨ବର୍ଷ : ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ମୁମ୍ବଇ :  ନଭେମ୍ବର ୨୬ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଆଜି ଦ୍ୱାଦଶ ବାର୍ଷିକୀ ପାଳନ କରାଯାଉଛି। ଆକ୍ରମଣରେ ଶହୀଦ୍‍ ହୋଇଥିବା ସୁରକ୍ଷା ବାହିନୀ ଯବାନମାନଙ୍କ ପ୍ରତି ମୁମ୍ବଇ ପୁଲିସ୍‍ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୋଭିଡ୍‍ ସଂକ୍ରମଣ ଯୋଗୁଁ କାର୍ଯ୍ୟକ୍ରମରେ କମ୍‍ ସଂଖ୍ୟକ ଲୋକ ଯୋଗ ଦେଇଥିଲେ। ଦକ୍ଷିଣ ମୁମ୍ବଇର ନବନିର୍ମିତ ପୁଲିସ୍‍ ସ୍ମାରକୀଠାରେ ଏହି କାର୍ଯ୍ୟକ୍ରମ ଅନୁ​ଷ୍ଠିତ ହୋଇଯାଇଛି।

୨୦୦୮ ମସିହା ନଭେମ୍ବର ୨୬ ତାରିଖ ମଧ୍ୟରାତ୍ରିରେ ପାକିସ୍ତାନର  ଲସ୍କର-ଇ-ତୋଏବା ଆତଙ୍କବାଦୀ ଗୋଷ୍ଠୀର ୧୦ ଜଣ ଆତଙ୍କବାଦୀ ମୁମ୍ବଇରେ ଆସି ନରସଂହାର କରିଥିଲେ। ବିଦେଶୀ ନାଗରିକମାନଙ୍କ ସମେତ ୧୬୦ରୁ ଊର୍ଦ୍ଧ୍ବ ଲୋକ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ। ଅଜ୍‍ମଲ୍‍ କସାବ୍‍ ନାମକ ସନ୍ତ୍ରାସବାଦୀକୁ ଜୀବନ୍ତ ଗିରଫ କରାଯାଇଥିଲା ଓ ୨୦୧୨ ମସିହା ନଭେମ୍ବର ୨୧ ତାରିଖରେ ତାକୁ ଫାଶୀ ଦିଆଯାଇଥିଲା। ନଭେମ୍ବର ୨୬ ଆକ୍ରମଣ ଦେଶର ନିରାପତ୍ତା ପ୍ରତି ଭାରତର ଆଭିମୁଖ୍ୟରେ ଆମୂଳଚୂଳ ପରିବର୍ତ୍ତନ ଆଣିଦେଇଥିଲା। ସେବେଠାରୁ ସାମୁଦ୍ରିକ ପର୍ଯ୍ୟବେକ୍ଷଣ ବୃଦ୍ଧି କରାଯିବା ସହ ବିଭିନ୍ନ ନିରାପତ୍ତା ସଂସ୍ଥା ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହି ଆକ୍ରମଣ ମୁମ୍ବଇବାସୀଙ୍କ ହୃଦୟରେ ଏକ ଗଭୀର କ୍ଷତ ସୃଷ୍ଟି କରିଥିଲା। ପାକିସ୍ତାନୀ ସନ୍ତ୍ରାସବାଦୀମାନେ ଛତ୍ରପତି ଶିବାଜୀ ଟର୍ମିନସ୍‍, ନରିମ୍ୟାନ୍‍ ହାଉସ୍‍, ଲିଓପୋଲ୍‍ଡ୍‍ କାଫେ, ତାଜ୍‍ ହୋଟେଲ୍‍ ଏବଂ ଓବରାଇ ଟ୍ରାଇଡେଣ୍ଟ ହୋଟେଲ୍‍ରେ ଆକ୍ରମଣ କରିଥିଲେ।

- Advertisement -

ସେହି ଆକ୍ରମଣରେ ଏଟିଏସ୍‍ ମୁଖ୍ୟ ହେମନ୍ତ କର୍‍କରେ, ସେନାବାହିନୀ ମେଜର ସନ୍ଦିପ୍‍ ଉନ୍ନିକ୍ରିଷ୍ଣନ୍‍, ମୁମ୍ବାଇ ଅତିରିକ୍ତ ପୁଲିସ୍‍ କମିଶନର୍‍ ଅଶୋକ କାମତ ଓ ବରିଷ୍ଠ ପୁଲିସ୍‍ ଇନ୍‍ସ୍ପେକ୍ଟର ବିଜୟ ସଲାସ୍‍କର ଶହୀଦ୍‍ ହୋଇଥିଲେ।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍‍ ସିଂହ କୋଶିୟାରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେ, ଘରୋଇ ମନ୍ତ୍ରୀ ଅନିଲ୍‍ ଦେଶମୁଖ୍‍, ଡି.ଜି.ପି. ସୁବୋଧ ଜୟସ୍ୱାଲ୍‍, ମୁମ୍ବାଇ ପୁଲିସ୍‍ କମିଶନର୍‍ ପରମ୍‍ବୀର ସିଂହ ଓ ବହୁ ବରିଷ୍ଠ ଅଫିସର ଶହୀଦ୍‍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories