www.samajalive.in
Wednesday, December 10, 2025
26.1 C
Bhubaneswar

ଗୃହରେ ବିବୃତ୍ତି ରଖିଲେ ମନ୍ତ୍ରୀ ଅରୁଣ ସାହୁ, ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଲେ ବାଚସ୍ପତି

ଭୁବନେଶ୍ବର: ଷୋଡଶ ବିଧାନସଭା ପଞ୍ଚମ ଅଧିବେଶନର ସପ୍ତମ କାର୍ଯ୍ୟ ଦିବସରେ ‘ପରୀ’ ହତ୍ୟା ଘଟଣାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ବିଧାନସଭାରେ ବିବୃତ୍ତି ରଖିଛନ୍ତି। ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ‘ପରୀ’ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି, ଗଭୀର ମର୍ମାହତ। ହିଂସାକୁ ବିରୋଧ କରେ, କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛି। ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ‘ପରୀ’ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ। ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତ୍ତିବେଳେ ଗୃହରେ ବିରୋଧୀ ହୋହାଲ୍ଲା କରିଥିଲେ। ଆଜି ମନ୍ତ୍ରୀ ଅରୁଣ ସାହୁ ଗୃହରେ ବିବୃତ୍ତି ରଖିବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତିବ ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ଷୋଡଶ ବିଧାନସଭା ପଞ୍ଚମ ଅଧିବେଶନର ସପ୍ତମ କାର୍ଯ୍ୟ ଦିବସରେ ‘ପରୀ’ ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି। ସେ ପରୋକ୍ଷରେ ଏଥିରେ ସମ୍ପୃକ୍ତ ଅଛନ୍ତି ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଦାବି କରିଥିଲେ। ଏ ନେଇ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି ହେବାରୁ ଉପ ବାଚସ୍ପତି ରଜନୀକାନ୍ତ ସିଂ ଏଥିରୁ ନିବୃତ ରହିବାକୁ ବିରୋଧୀ ସଭ୍ୟମାନଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ହଟ୍ଟଗୋଳକାରୀମାନେ ଉପ ବାଚସ୍ପତିଙ୍କ କଥା ଶୁଣିନଥିଲେ। ଫଳରେ ଉପ ବାଚସ୍ପତି ଗୃହକୁ ୧୦.୩୫ରୁ ୧୦.୫୫ ଅର୍ଥାତ ୨୦ ମିନିଟ ପାଇଁ ମୁଲତବୀ ରଖିଥିଲେ। ଏହା ପରେ ଗୃହର ବୈଠକ ଆରମ୍ଭ ହୋଇଥିଲେ ହେଁ ପରିସ୍ଥିିତି ସ୍ୱାଭାବିକ ହୋଇ ନ ଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଏଥିରୁ ସେମାନଙ୍କୁ କ୍ଷାନ୍ତ ରହିବା ପାଇଁ ନିଜ ଆସନରେ ଠିଆ ହୋଇ ବାରମ୍ବାର ନିବେଦନ କରି ଥିଲେ ହେଁ ବିରୋଧୀ ଦଳର ବିଧାୟକ ମାନେ ଏଥି ପ୍ରତି କୌଣସି ଗୁୁରୁତ୍ୱ ଦେଇ ନ ଥିଲେ ବରଂ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ହଟ୍ଟଗୋଳକୁ ଜୋରଦାର କରିଥିଲେ। ଗୃହରେ ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଗୃହକୁ ୧୦.୫୭ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ମୋହନ ମାଝୀ ବାଚସ୍ପତିଙ୍କ ପୋଡିୟମକୁ ଚଢିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।

- Advertisement -

ଗୃହ ଭିତରେ ରଖିଥିବା ବିବୃତ୍ତିକୁ ବାହାରେ ଦୋହରାଇଲେ ମନ୍ତ୍ରୀ ଅରୁଣ ସାହୁ। ଗଣମାଧ୍ୟମ ପ୍ରତିନିଧିଙ୍କୁ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ପରୀ ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ଘଟଣା, ଯାହା ଏକ ଛୋଟ ଝିଅକୁ ନେଇ। ଏହା ମୋତେ ବ୍ୟଥିତ କରିଛି। ଗଭୀର ମର୍ମାହତ ହୋଇଛି। ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ। ମୋର ରାଜନୀତି ଜୀବନରେ ମୁଁ ହିଂସାର ଘୋର ବିରୋଧୀ। ଯେ କୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ। ରାଜ୍ୟ ସରକାର ଯେଉଁ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଦେଇଛନ୍ତି ତାକୁ ତଦନ୍ତ କରିବା ସଙ୍ଗେ ସଙ୍ଗେ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ବାସ। ଏଥିରେ ଯିଏ ବି ଜଡ଼ିତ ହୋଇ ଥାଆନ୍ତୁ ନା କାହିଁକି ସେ ଦଣ୍ଡିତ ହେବା ଦରକାର। ମୋର ଅନୁରୋଧ ଏହାକୁ ରାଜନୀତି କରଣ ନ କରି ବରଂ ପରୀ ନ୍ୟାୟ ପାଇବା ପାଇଁ ଦାବି ରଖିବା ଉଚିତ। ସତ୍ୟର ଉନ୍ମୋଚନ ପାଇଁ ପ୍ରାଧ୍ୟାନ୍ୟ ଦେବା ଦରକାର। ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories