ବ୍ରହ୍ମପୁର : ରାଜ୍ୟର ବିଭିନ୍ନ ଜିଲାରେ ଲୁଟ ଚୋରି ମାମଲା ଅଧିକ ଘଟୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଜବତ କରିବାରେ ସଫଳ ହେଉଛି। ବ୍ରହ୍ମପୁର ପୁଲିସକୁ ଗୁରୁବାର ଏକ ବଡ଼ ସଫଳତା ମିଳିଛି। ପ୍ରାୟ ୧୫ଟି ଚୋରି ମାମଲାର ପୁଲିସ ପର୍ଦ୍ଦାଫାସ କରିଛି। ଚୋରି ହୋଇଥିବା ୫୪୦ ଗ୍ରାମ ସୁନା ଅଳଙ୍କାର, ଦାମୀ କାର, ୩ଟି ବାଇକ ଆଦି ଜବତ କରିଛି।
ଏହାସହ ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି। ଘଟଣାର ତଦନ୍ତ ଜାରି ରଖିଛି।
ଲୁଟ ଘଟଣାର ପର୍ଦ୍ଦାଫାସ ; ସୁନା ଅଳଙ୍କାର ବାଇକ ଜବତ,୫ ଗିରଫ
Popular Categories



