www.samajalive.in
Monday, December 8, 2025
24.1 C
Bhubaneswar

ଆଜି ୬୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୬୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି ପାଇଛି। ଚିହ୍ନଟଙ୍କ ମଧ୍ୟରେ ସଙ୍ଗରୋଧରୁ ୩୬୯ ଓ ସ୍ଥାନୀୟ ଅଂଚଳରୁ ୨୭୫ ରହିଥିବା ଜଣାପଡିଛି। ଗତକାଲି କରୋନା ସଂକ୍ରମଣରୁ ୭୨୮ ଜଣ ସୁସ୍ଥ ହେବା ପରେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୮ ହଜାର ୧୦୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗତ ସନ୍ଧ୍ୟା ସୁଦ୍ଧା ୫୭ ଲକ୍ଷ ୩୨ ହଜାର ୫୯୦ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ୬ ହଜାର ୭୮୬ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୬୪ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୬୨, ଅନୁଗୁଳରୁ ୫୦, ଖୋର୍ଦ୍ଧାରୁ ୪୯, କେନ୍ଦୁଝରରୁ ୪୨, ନୂଆପଡା ଓ ମୟୁରଭଞ୍ଜରୁ ୩୬ ଜଣ ଲେଖାଏଁ, କଳାହାଣ୍ଡିରୁ ୩୫, ବଲାଙ୍ଗୀରରୁ ୩୨, କେନ୍ଦ୍ରାପଡ଼ାରୁ ୨୭, ଜଗତସିଂହପୁରରୁ ୨୬, ଝାରସୁଗୁଡ଼ାରୁ ୨୧, ବରଗଡ଼ରୁ ୧୯, ଗଂଜାମରୁ ୧୮, ଯାଜପୁରରୁ ୧୭, ପୁରୀରୁ ୧୬, ସମ୍ବଲପୁରରୁ ୧୫, ନବରଙ୍ଗପୁର, ଭଦ୍ରକ ଓ ବାଲେଶ୍ୱରରୁ ୧୧ ଜଣ ଲେଖାଏଁ, କୋରାପୁଟରୁ ୧୦, ଢେଙ୍କାନାଳରୁ ୫, ରାୟଗଡା, ନୟାଗଡ଼ ଓ ମାଲକାନଗିରିରୁ ୪ ଜଣ ଲେଖାଏଁ, ସୋନପୁର, ଗଜପତି, ଦେବଗଡ଼ ଓ ବୌଦ୍ଧରୁ ୨ ଜଣ ଲେଖାଏଁ ଓ କନ୍ଧମାଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

- Advertisement -

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories