www.samajalive.in
Friday, December 12, 2025
23.1 C
Bhubaneswar

ଓଏଫଡିସି ଏସଡିଏମଙ୍କ ମୃତ୍ୟୁ ମାମଲା; ଉପରିସ୍ଥ ଅଧିକାରୀଙ୍କ ନାମରେ ହତ୍ୟା ଅଭିଯୋଗ

ଝାରସୁଗୁଡ଼ା : ଝାରସୁଗୁଡ଼ା ବନ ଉନ୍ନୟନ ନିଗମ(ଓଏଫଡିସି)ର ସବ-ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କର ଆକସ୍ମିକ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଉପରିସ୍ଥ ଅଧିକାରୀଙ୍କ ନାମରେ ହତ୍ୟା ମାମଲା ରୁଜୁ କରାଯାଇଛି । ଟାଉନ ଥାନା କେସ୍ ନମ୍ବର ୮୬୩/୨୦ରେ ଆଇପିସି ଧାରା ୩୦୨ ଆଧାରରେ ଏକ ମାମଲା ରୁଜୁ କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଏସପି ନୃପରାଜ ଡନସେନା କହିଛନ୍ତି ହତ୍ୟା ମାମଲା ରୁଜୁ ହୋଇଛି । ମାମଲା ତଦନ୍ତାଧୀନ ଅଛି, ସବିଶେଷ ତଦନ୍ତ ପରେ ଅଭିଯୋଗର ସତ୍ୟତା ଜଣାପଡ଼ିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ମୃତକ  ବାସୁଦେବଙ୍କ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ନ ଦେବାରୁ ସଦର ଡାକ୍ତରଖାନା ପରିସରରେ ଦୀର୍ଘ ୨୪ଘଣ୍ଟା ଧରି ଶବ ପଡ଼ି ରହିଥିଲା । ବନ ବିଭାଗର ଉପରିସ୍ଥ ଅଧିକାରୀ ନ ଆସିବା ଯାଏ ଶବ ଛାଡ଼ିବେ ନାହିଁ ବୋଲି ତାଙ୍କ ଝିଅମାନେ ଜିଦ୍ ଧରି ବସିଥିଲେ । ଶେଷରେ ଆଜି ଅପରାହ୍ନରେ ପୁଲିସ ଅଧିକାରୀମାନେ ବହୁତ ବୁଝାଶୁଝା କରିବା ପରେ ଶବ ଛାଡ଼ିଥିଲେ । ଅନ୍ୟପକ୍ଷରେ ବାପାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଫିନାଇଲ ପି’ ଦେଇଥିବା ସାନ ଝିଅ ଲକ୍ଷ୍ମୀପ୍ରିୟାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାଯାଇଛି ।
ପରିବାର ଲୋକେ ଥାନାରେ ଦେଇଥିବା ଏତଲା ଅନୁସା‌େ‌ର ଓଏଫଡିସିରେ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଥିବା ବାସୁଦେବଙ୍କୁ ଡିଭିଜନାଲ ମ୍ୟାନେଜର  ଅମିୟ କୁମାର ପଟ୍ଟନାୟକ ଅତ୍ୟଧିକ କାର୍ଯ୍ୟଭାର ଦେବା ସହ ନାନା ପ୍ରକାର ମାନସିକ ନିର୍ଯାତନା ଦେଇ ଆସୁଥିଲେ । ସୋମବାର ମଧ୍ୟରାତ୍ରି ଯାଏଁ କାମ କରିବା ପରେ ମଙ୍ଗଳବାର ଭୋର ୪ଟାରୁ ୮ଟା ଯାଏ ଅଫିସରେ କାମ କରିଥିଲେ । ଏହାସତ୍ତ୍ବେ ପୂର୍ବାହ୍ନ ସାଢ଼େ ୧୦ଟାରେ ଅଫିସକୁ ଯିବା ପରେ ଶ୍ରୀ ପଟ୍ଟନାୟକ ନିଜ ବାସଭବନକୁ ବାସୁଦେବଙ୍କୁ ଡକାଇ ଗାଳିଗୁଲଜ କରିବାରୁ ବାସୁଦେବ ସେଠାରେ ଅଚେତ ହୋଇଯାଇଥିଲେ । ସହକର୍ମୀମାନେ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ଏମିତିରେ ଡିଏମ୍ ଅମୀୟ ପଟ୍ଟନାୟକଙ୍କ ମାନସିକ ନିର୍ଯାତନା ଫଳରେ ବାପାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଝିଅ ତନୁଜା ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ତେବେ ଉପରିସ୍ଥ ଅଧିକାରୀ ଶ୍ରୀ ପଟ୍ଟନାୟକ ଫେରାର୍ ମାରିଥିବା ଜଣାଯାଇଛି ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories