www.samajalive.in
Friday, December 12, 2025
27.1 C
Bhubaneswar

ଜନ୍ମମାଟି ମିଲୁପଡାରେ କାନ୍ଦବୋବାଳ

ଫୁଲବାଣୀ : ଶେଷରେ ଆଖିବୁଜିଛି ଯୋଡାମୁଣ୍ଡରୁ ପୃଥକ ହୋଇଥିବା କାଳିଆ। ଏହି ଖବର ପ୍ରଚାର ହେବା ପରେ ସମଗ୍ର କନ୍ଧମାଳରେ ଶୋକ ଖେଳି ଯାଇଛି। ଜନ୍ମମାଟି ମିଲୁପଡାରେ ପଡିଛି କାନ୍ଦବୋବାଳ।
ଗତ ଦିନରେ ଦିଲୀ ଏମସରେ ଡ଼ାକ୍ତରମାନେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆର ଅପରେସନ କରି ସାରା ବିଶ୍ୱକୁ ଚମକାଇ ଦେଇଥିଲେ। ଚିକିତ୍ସା ବିଜ୍ଞାନର ମହନୀୟତା ପ୍ରତପାଦିତ ହୋଥିଲା। କନ୍ଧମାଳ ଜିଲା ପିରିଙ୍ଗିଆ ବ୍ଳକର ମିଲୁପଡ଼ା ଗ୍ରାମର ବାପା ଭୂୟାଁ କହଁର ଓ ମା’ ପୁଷ୍ପାଞ୍ଜଳୀ କହଁରଙ୍କର ଏହି ବିଚିତ୍ର ଶିଶୁକୁ ଜନ୍ମ ଦେଇଥିଲେ ୨୦୧୫ ମସିହାରେ। ବୟସ ବଢିବା ସହିତ ଦୁଇ ଶିଶୁଙ୍କର ମଧ୍ୟ ବଢିଥିଲା ଯନ୍ତ୍ରଣା। ଜଗା-କାଳିଆ ନାମରେ ଏମାନେ ଥିଲେ ପରିଚିତ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ବଢାଇଥିଲେ ସହଯୋଗର ହାତ। ଆରମ୍ଭ୍‍ ହୋଇଥିଲା ଦୁଇ ଶିଶୁଙ୍କ ମୁଣ୍ଡ ପୃଥକ କରିିବାର ପ୍ରୟାସ। ଚିକିତ୍ସା ପାଇଁ ରାଜ୍ୟ ସରକାର ଦେଇଥିଲେ ଏକ କୋଟି ଟଙ୍କା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡ଼ାକ୍ତର ଅଶୋକ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନରେ ହୋଇଥିଲା ଅପରେସନ। ଅପରେସନରେ ୧୮ଜଣ ବିଶେଷଜ୍ଞ ଡ଼ାକ୍ତର । ଏପରିକି ବିଦେଶରୁ ମଧ୍ୟ କିଛି ଡ଼ାକ୍ତର ସାମିଲ୍‍ ହୋଇଥିଲେ । ୨୦୧୭ ଅଗଷ୍ଟ ୨୮ ତାରିଖରେ ଆରମ୍ଭ ହୋଇଥିଲା ଅପରେସନ। ଏହି ବିରଳ ଅପରେସନକୁ ଦେଖିଥିଲା ସମଗ୍ର ବିଶ୍ୱ। ଅପରେସନ ସମୟରେ ଜଗା-କାଳିଆଙ୍କ ଆଶୁ ଅରୋଗ୍ୟ କାମନା କରି ସମଗ୍ର ଦେଶ, ରାଜ୍ୟ ଓ କନ୍ଧମାଳ ଜିଲାରେ ଲୋକେ କରିଥିଲେ ପ୍ରାର୍ଥନା। ସେହି ସମୟରେ ମିଲୁପଡ଼ାରେ ଜଳିଥିଲା ଅଖଣ୍ଡ ଦୀପ। ଜଗା ଅପେକ୍ଷା କାଳିଆ ସେତେ ସୁସ୍ଥ ନଥିଲେ ମଧ୍ୟ ଧିରେ ଧିରେ କାଳିଆ ମଧ୍ୟ ସୁସ୍ଥ ହେବ ବୋଲି ଆଶା ରହିଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ବାପା-ମା’ ଜଗା କାଳିଆଙ୍କୁ ଧରି ଆସିଥିଲେ କଟକ ଏସ୍‍ସିବି। ଏମାନଙ୍କ ସହିତ ଆସିଥିଲେ ଡ଼ାକ୍ତର ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ। ସେମାନେ ଏସ୍‍.ସି.ବିରେ ଡ଼ାକ୍ତରଙ୍କ ସହିତ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ତତ୍ତ୍ବାବଧାନରେ ଜଗା-କାଳିଆ ଏସ୍‍.ସି.ବିରେ ଚିକିତ୍ସିତ ହେଉଥିଲେ। ନିଆଯାଉଥିଲା ଉପଯୁକ୍ତ ଯତ୍ନ। କିନ୍ତୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା। ଶେଷରେ ଭାଇ ଜଗାକୁ ଛାଡ଼ି କାଳିଆ ଆଜି ସବୁଦିନ ପାଇଁ ଆଖି ବୁଜିଦେଇଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲାରେ ଶୋକର ଛାୟା ଖେଳିଯାଇଛି। ମିଲୁପଡ଼ାରେ କାନ୍ଦବୋବାଳ ପଡିଛି। ଜଗା-କାଳିଆ ଗ୍ରାମକୁ ଫେରିବେ ଓ ସେମାନେ ସ୍ୱାଗତ କରିବେ ବୋଲି ମିଲୁପଡା ଗ୍ରାମବାସୀ କରିଥିବା ଆଶା ଆଶାରେ ରହିଗଲା।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories