www.samajalive.in
Friday, December 12, 2025
19.1 C
Bhubaneswar

ବରଗଡ଼ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ସହ ଆଲୋଚନା

ବରଗଡ଼: ବରଗଡ଼ ଟ୍ରାକ୍ଟର ମାଲିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ସଂଘର ଉପଦେଷ୍ଟା ଆଇନଜୀବୀ ନିପନ ଦାଶ ଓ ଲିପସିତ୍ ମିଶ୍ରଙ୍କ ନେତୃତ୍ଵରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ସାକ୍ଷାତ କରି ବରଗଡ଼ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଟ୍ରାକ୍ଟର ମାଲିକ ମାନେ ବାଲି ଉଠାଇବା ନେଇ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ବିଷଦ୍ ଆଲୋଚନା କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ଦିନ ହେଲା ବରଗଡ଼ ପୁଲିସ ବେଆଇନ୍ ବାଲି ଉଠାଣ ନେଇ ବିଗତ କିଛି ଦିନ ହେଲା ବରଗଡ଼ ପୁଲିସ ବ୍ୟାପକ ଧରପଗଡ କରୁଅଛି। ଏପରିକି ଟ୍ରାକ୍ଟର ଡ୍ରାଇଭର ମାନଙ୍କ ପ୍ରତି ପେଷାଦାର ଅପରାଧୀ ଭଳିଆ ବ୍ୟବହାର କରୁଛି। ଟ୍ରାକ୍ଟର ମାନେ ଲିଜଧାରୀଙ୍କ ବାଲି ଘାଟରୁ ବାଲି ଉଠାଣ କରୁଥିଲେ ମଧ୍ୟ ପୁଲିସ ତାଙ୍କୁ ଅଟକ ରଖି ଜୋରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଅନ୍ୟ ପକ୍ଷରେ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ବଡବଡ ହାଇୱା ଯୋଗେ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିଲେ ମଧ୍ୟ କେବଳ ଟ୍ରାକ୍ଟର ମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଗୋଟିଏ ଗୋଟିଏ ଟ୍ରାକ୍ଟରରେ ଅନୁନ୍ୟ ଚାରିରୁ ପାଞ୍ଚ ଗୋଟି ପରିବାର ନିର୍ଭରଶୀଳ ରହିଥାନ୍ତି। ଯଦି ଏଭଳି ଜୁଲୁମ ଜାରି ରହିବ ତାହା ହେଲେ ସହସ୍ରାଧିକ ପରିବାର ରୋଜଗାର ରୁ ବଞ୍ଚିତ ହେବେ ବୋଲି ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଆହୁରି ମଧ୍ୟ ଅନେକ ମାଲିକ ବ୍ୟାଙ୍କରୁ ଋଣ ନେଇ ଟ୍ରାକ୍ଟର ବ୍ୟବସାୟ କରୁଥିବାରୁ ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଜିଲ୍ଲାପାଳ ଶୀଘ୍ର ଲିଜଧାରୀ ମାନଙ୍କର ପରିବେଶ ବିଭାଗର ମଞ୍ଜୁରି ମିଳିଯିବ ଏବଂ ବର୍ତ୍ତମାନ ପରିସ୍ଥିତିରେ ଟ୍ରାକ୍ଟର ମାଲିକ ମାନଙ୍କୁ ହଇରାଣ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories