www.samajalive.in
Thursday, December 11, 2025
16.1 C
Bhubaneswar

ସୁନ୍ଦରଗଡ଼: ଦୁର୍ଗମ ଅଞ୍ଚଳରେ ପହଞ୍ଚି ରୋଗୀଙ୍କୁ ଡାକ୍ତରଖାନା ଆଣିବ ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’

ସୁନ୍ଦରଗଡ଼: ଏଣିକି ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସୁବିଧା ହେବ। ଏଥିପାଇଁ ବାଇକ୍‍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ମଙ୍ଗଳବାର ଦିନ ଏହି ଆମ୍ବୁଲାନ୍ସ ସେବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ପତାକା ଦେଖାଇ ଉଦଘାଟନ କରିଛନ୍ତି।

ଜିଲ୍ଲାର କୋଇଡ଼ା, ରାଜଗାଙ୍ଗପୁର ଏବଂ ଗୁରୁଣ୍ଡିଆ ବ୍ଲକର ଦୁର୍ଗମ ଅଞ୍ଚଳର ରୋଗୀମାନେ ଏହି ଆମ୍ବୁଲାନ୍ସ ସେବା ପାଇବେ। ବିଶେଷକରି ଯେଉଁ ଅଞ୍ଚଳକୁ ସାଧାରଣ ଆମ୍ବୁଲାନ୍ସ ଯିବାରେ ସମସ୍ୟା ରହିଥାଏ ସେଠାରେ ପହଞ୍ଚିବ ବାଇକ୍‍ ଆମ୍ବୁଲାନ୍ସ। ଏଥିପାଇଁ ପ୍ରତି ବ୍ଲକକୁ ୩ଟି କରି ବର୍ତ୍ତମାନ ମୋଟ ୯ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହି ଆମ୍ବୁଲାନ୍ସ ସେବା ପାଇଁ ଓମ୍ବାଡ୍‍ସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

- Advertisement -

“ବାଇକ୍‍ ଆମ୍ବୁଲାନ୍ସ ହେଉଛି ଏକ ଆଧୁନିକ ବ୍ୟବସ୍ଥା। ଜିଲ୍ଲାର ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଠିକ୍‍ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ଲାଗି ଏହି ବ୍ୟବସ୍ଥା କରାଯାଇଛି। ପ୍ରଥମ ଦଫାରେ ୩ଟି ବ୍ଲକରେ ଏହା ଆରମ୍ଭ କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ବ୍ଲକରେ ମଧ୍ୟ ଏହା ଲାଗୁ କରାଯିବ। ବାଇକ୍‍ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣିବା ସହିତ ଖାଲି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ପ୍ରଚାର କରିବାରେ ସହାୟକ ହେବ’’ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ କହିଛନ୍ତି।

ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଅଭିନବ ବ୍ୟବସ୍ଥା ଆରମ୍ଭ ହୋଇଛି। ତେଣୁ ଲୋକଙ୍କୁ ଏ ବିଷୟରେ ସଚେତନ କରିବା ପାଇଁ ବାଇକ୍‍ ଆମ୍ବୁଲାନ୍ସଗୁଡ଼ିକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଏକ ଶୋଭାଯାତ୍ରା ଆଜି ବାହାରିଥିଲା।

‘‘ବାଇକ୍‍ ଆମ୍ବୁଲାନ୍ସ ଆଗାମୀ ଦିନରେ ଜିଲ୍ଲାର ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଏକ ବିଶେଷ ଭୂମିକା ଗ୍ରହଣ କରିବ। ଏହି ସେବା ପାଇଁ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ନମ୍ବର ଜାରି କରାଯିବ। ଏହି ନମ୍ବର ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବ। ଏହି ବ୍ୟବସ୍ଥା ଦ୍ୱାରା ଅପହଞ୍ଚ ଇଲାକାର ଲୋକେ ଉପକୃତ ହେବେ’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏବଂ ସିଡିଏମଓଙ୍କ ସହିତ ଏଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଏସଏଲଓ ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀ, ଡିପିଏମ୍‍ ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

 

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories