ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବୀକରଣ

0

ବ୍ରହ୍ମପୁର: ବ୍ରହ୍ମପୁରବାସୀଙ୍କ ଆରାଧ୍ୟ ଦେବୀ ମାଆ ବୁଢି ସାଆନ୍ତାଣିଙ୍କ ମନ୍ଦିର ହେବ ନବୀକରଣ । ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି । ଏଥିପାଇଁ ଗୁରୁବାର ବ୍ରହ୍ମପୁର ମହାନଗର ନିଗମର ମେୟର  କେ. ମାଧବୀ, ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ବିଏମସି କମିଶନର, ବ୍ରହ୍ମପୁର ତହସିଲଦାର, ସ୍ଥାନୀୟ କର୍ପୋରେଟର ପ୍ରମୁଖ ପର୍ଯ୍ୟଟନ ଓ ଓଟିଡ଼ିସି ବିଭାଗର ଅଧିକାରୀଙ୍କ ସହ ମନ୍ଦିର ବୁଲି ଦେଖିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଯାତ୍ରୀ ବିଶ୍ରାମାଗାର, ପାର୍କିସ୍ଥଳ, ଶୌଚାଳୟ ଆଦି ହେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ପ୍ରତିନିଧି ଦଳ ମନ୍ଦିରର ପୂଜକ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ପରାମର୍ଶ  ମଧ୍ୟ ନେଇଥିଲେ ।

Leave A Reply