www.samajalive.in
Saturday, December 13, 2025
14.1 C
Bhubaneswar

ଜନ ସାମ୍ବାଦିକତା ଆଧୁନିକ ଯୁଗର ପ୍ରକୃଷ୍ଟ ଗଣମାଧ୍ୟମ

କରୋନା ମହାମାରୀ ସାରା ବିଶ୍ୱରେ ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା ବେଳେ ଯୋଗାଯୋଗର ମାଧ୍ୟମରେ ମଧ୍ୟ ଅଭୁତ ପୂର୍ବ ପରିବର୍ତ୍ତନ ଆଣିପାରିଛି। କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମରେ ଆଜି ଅନୁଷ୍ଠିତ ଭର୍ଚୁଆଲ୍ ଆଲୋଚନା ଚକ୍ରରେ ଯୋଗଦେଇ ସମାଜଲାଇଭ ପୋର୍ଟାଲର କପି ଏଡିଟର ସତ୍ୟବ୍ରତ ବେହୁରା ‘ଇମ୍ପାକ୍ଟ ଆଣ୍ଡ ରୋଲ ଅଫ ମାସ ମିଡ଼ିଆ ଡ଼ିଉରିଂ କୋଭିଡ-୧୯’ ଶୀର୍ଷକରେ କହିଛନ୍ତି ଯେ ରାଜନୈତିକ ପୃଷ୍ଠପୋଷକତା ଅନେକ ସମୟରେ ସମ୍ବାଦ ପରିବେଷଣ ଓ ସାମ୍ବାଦିକତା କ୍ଷେତ୍ରରେ ଅଯଥା ହସ୍ତକ୍ଷେପ ଫଳରେ ତାହା ସାଧାରଣ ପାଠକର ବିଶ୍ଵାସଭାଜନ ହୋଇପାରୁନାହିଁ।

ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ରାମଜସ ମହାବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ଅଧ୍ୟାପକ ଡଃ ସୁଜୟ ବିଶ୍ୱାସ ସମାଜରୁ ଅଛୁଆଁ ଭେଦଭାବ ଦୂର କ୍ଷେତ୍ରରେ ମହାତ୍ମା ଗାନ୍ଧୀ ଓ ଆମ୍ବେଦକରଂକ ଚିନ୍ତାଧାରା ଉପରେ ଏକ ବିଶ୍ଳେଷଣାତ୍ମକ ଆଲୋଚନା କରିଥିଲେ। ସଂପାନର ଅନ୍ୟତମ ଅତିଥି ହ୍ୟୁମାନ ପିସ ଫାଉଣ୍ଡେସନର ବିହାର ରାଜ୍ୟ ଅଧ୍ୟକ୍ଷ ଇଃ ସୋନୁ କୁମାର କୋଭିଡ ପରବର୍ତ୍ତୀ ବିଶ୍ୱରେ ସାମଗ୍ରିକ ପ୍ରଭାବ ଉପରେ ଆଲୋଚନା କରିଥିଲେ।

- Advertisement -

ଏହି ୱେବିନାରରେ କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା, ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ଦେଇଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories