www.samajalive.in
Thursday, December 11, 2025
16.1 C
Bhubaneswar

ସ୍ବତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନର ଉଦଘାଟନ କରି ୯ ମାସ ପରେ ଦିଲ୍ଲୀ ବାହାରକୁ ଗଲେ ରାଷ୍ଟ୍ରପତି ଦମ୍ପତ୍ତି

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବ୍ୟବହାର କରାଯିବା ପାଇଁ ଆମେରିକା ଠାରୁ  ଭାରତ କିଣିଥିବା ସ୍ବତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଛନ୍ତି। ଏହି ସ୍ବତନ୍ତ୍ର ବିମାନକୁ ଉଦଘାଟନ ପରେ ବିମାନରେ ବସି ରାଷ୍ଟ୍ରପତି ଦମ୍ପତି ଚେନ୍ନଇ ଅଭିମୁଖେ ଯାତ୍ରା କରିଛନ୍ତି।  ରାଷ୍ଟ୍ରପତି ଆନ୍ଧ୍ର ପ୍ରଦେଶର ତିରୁପତି ପରିଦର୍ଶନ କରିବା ସହ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରରେ ମଧ୍ୟ ପୂଜା କରିବେବୋଲି ଜଣାପଡିଛି।

ଏହାପୂର୍ବରୁ କୁହାଯାଇଥିଲା ଯେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଙ୍ଗଳବାର ଦିନ ତିରୁମାଲାର ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରା ସ୍ବାମୀଙ୍କ ପ୍ରାଚୀନ ପାହାଡି ମନ୍ଦିରରେ ପୂଜାର୍ଚନା କରିବେ। ସରକାରୀ ସୁତ୍ରର ସୂଚନା ଅନୁଯାୟୀ ରାଷ୍ଟ୍ରପତି କୋବିନ୍ଦ ଆଜି ପାଞ୍ଚ ଘଣ୍ଟିଆ ଆଧ୍ୟାତ୍ମିକ ଯାତ୍ରାରେ ତିରୁପତି ଯାଇଛନ୍ତି। ରାଷ୍ଟ୍ରପତି ଦମ୍ପତ୍ତି ଚେନ୍ନଇ ରେନିଗୁଣ୍ଟା ବିମାନବନ୍ଦରରେ ପହଞ୍ଚି ରାଷ୍ଟ୍ରପତି ତିରୁପତି ଠାରେ ଦେବୀ ପଦ୍ମାବତୀଙ୍କ ଦର୍ଶନ କରିବେ।  ଏହା ପରେ ଅପରାହ୍ନରେ ରାଷ୍ଟ୍ରପତି ଦମ୍ପତି ତିରୁମାଲାର ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀଙ୍କ ପ୍ରାଚୀନ ପାହାଡି ମନ୍ଦିରରେ ଦର୍ଶନ କରିବେ। କରୋନା ମହାମାରୀ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ବରିଷ୍ଠ ଅଧିକାରୀ ଏବଂ ଅନ୍ୟମାନଙ୍କର କରୋନା ଟେଷ୍ଟ କରାଯାଇଛି।

- Advertisement -


ଏଠାରେ ସୂଚନାଯୋଗ୍ୟ ଭାରତର ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବ୍ୟବହାର କରାଯିବା ପାଇଁ ଆମେରିକା ଠାରୁ  ଭାରତ କିଣିଥିବା ସ୍ବତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନ ହେଉଛି ବୋଇଙ୍ଗ ୭୭୭। ଆମେରିକାରେ ନିର୍ମିତ ଏହି ବିମାନକୁ ଏକ ଅବିଶ୍ୱସନୀୟ ବାୟୁ ଦୁର୍ଗରେ ପରିଣତ କରାଯାଇଛି । ଏହି ବିମାନକୁ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’  ଭଳି ଶକ୍ତିଶାଳୀ ବିମାନରେ ପରିଣତ କରାଯାଇଛି। ଯାହା ସମସ୍ତ ପ୍ରକାର ଅତ୍ୟାଧୁନିକ ସୁରକ୍ଷା ପ୍ରଣାଳୀର ସମକକ୍ଷ ।

‘ଏୟାର ଇଣ୍ଡିଆ ୱାନ୍’ର କଣ ରହିଛି ବିଶେଷତ୍ବ…

  • ଏହି ବିମାନରେ ଖଞ୍ଜା ଯାଇଥିବା ସେନ୍ସର ଖୁବ୍ ଶକ୍ତିଶାଳୀ ଅଟେ। ଏହା କୌଣସି ମିଜାଇଲ ଆଟାକ୍ ହେବାପୂର୍ବରୁ ସୂଚନା ପାଇଯାଏ। ଖଞ୍ଜା ଯାଇଥିବା ସେନ୍ସରମାନେ ପାଇଲଟଙ୍କୁ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରନ୍ତି।
  • ବୈଦ୍ୟୁତିକ ଯୁଦ୍ଧ ଜାମର୍ ଖଞ୍ଜା ଯାଇଥିବା ଯୋଗୁ ଏହି ବିମାନ ଶତ୍ରୁର ଜିପିଏସ୍ ଏବଂ ଡ୍ରୋନ୍ ସିଗ୍ନାଲ୍ ରୋକିବା ପାଇଁ କାର୍ଯ୍ୟ କରେ ।
  • ଏହି ବିମାନଟିରେ ଆଣ୍ଟି-ମିସାଇଲ୍ ସିଷ୍ଟମ୍ ଖଞ୍ଜା ଯାଇଛି। ଯାହା ବିମାନକୁ ଇନଫ୍ରାଡ୍ କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରିଥାଏ।
  • ମିରର୍ ବଲ୍ ସିଷ୍ଟମ୍ ଡେଣାରେ ଥିବା ଏହି ଟେକ୍ନୋଲୋଜି ବିମାନକୁ ଇନଫ୍ରାଡ୍ କ୍ଷେପଣାସ୍ତ୍ରରୁ ରକ୍ଷା କରିଥାଏ।
  • ଏହି ବିମାନରେ ଯେଉଁସବୁ ଇଲୋକଟ୍ରୋନିକ ଉପକରଣ ବ୍ୟବହାର କରାଯାଇଛି ସେଥିରେ ବିଦ୍ୟୁତ ଚୁମ୍ବକୀୟ କମ୍ପନର କୌଣସି ପ୍ରଭାବ ପଡିନଥାଏ।
  • ସୁରକ୍ଷିତ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା: ବିମାନଟି ଚାଫ୍ ଏବଂ ଫ୍ଲେୟାର୍ ସିଷ୍ଟମ୍ ସହିତ ସଜ୍ଜିତ ହୋଇଛି । ଯାତ୍ରା ସମୟରେ କୌଣସି ଆପତଃକାଳୀନ ପରିସ୍ଥିତି ଉପୁଜିଲେ ପ୍ରଧାନମନ୍ତ୍ରୀ ବିମାନ ଉଡାଣ ସମୟରେ ମଧ୍ୟ ସେନା ଅଧିକାରୀମାନଙ୍କୁ କମାଣ୍ଡ ଦେଇ ପାରିବେ।
  • ଏହି ବିମାନ କ୍ଷେପଣାସ୍ତ୍ରକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଆଲୋକିତ ଅଗ୍ନି ଛାଡିଥାଏ । ସେମାନଙ୍କର ତାପମାତ୍ରା ଜେଟ୍ ଇଞ୍ଜିନର ଅଗ୍ରଭାଗ କିମ୍ବା ନିଷ୍କାସନଠାରୁ ୨,୦୦ ଡିଗ୍ରୀ ଫାରେନ୍ହାଇଟ୍ ଅଧିକ
  • ଏହି ‘ଏୟାର ଇଣ୍ଡିଆ ୱାନ୍’ ବିମାନଟିରେ ଆଧୁନିକ ଏବଂ ସୁରକ୍ଷିତ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା ଖଞ୍ଜା ଯାଇଛି। ଯାହା ବିମାନକୁ ଖୁବ୍ ଶକ୍ତିଶାଳୀରେ ପରିଣତ କରିଛି।
  • ଏହି ବିମାନଟିରେ ବାୟୁରେ ଇନ୍ଧନ ଭରିବାର ସୁବିଧା ରହିଛି। ଏହି ବିମାନ ଥରେ ଇନ୍ଧନ ଭରିଲେ ୧୭ ଘଣ୍ଟା ଯାଏଁ ନିରନ୍ତର ଉଡିପାରେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories