www.samajalive.in
Saturday, December 13, 2025
17.1 C
Bhubaneswar

ଧଉଳି ଶାନ୍ତିସ୍ତୂପର ମରାମତି କରିବ ଡିଡିସି

ଭୁବନେଶ୍ବର : ଧଉଳି ଶାନ୍ତିସ୍ତୂପର ସୁରକ୍ଷା ସମ୍ପର୍କୀତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶନିବାର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଧଉଳି ଉନ୍ନୟନ କମିଟି( ଡିଡିସି) ଓ କଳିଙ୍ଗ ନିପୋନ ବୁଦ୍ଧ ସଂଘକୁ ନେଇ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ସ୍ବଳ୍ପ ସମୟ ଭିତରେ ବୈଠକ ଡକା ଯାଇଥିବାରୁ ନିପୋନ ସଂଘ ତରଫରୁ କେହି ବୈଠକରେ ଯୋଗ ଦେଇନଥିଲେ।
ବୈଠକରେ ଧଉଳି ସୁରକ୍ଷା ସମ୍ପର୍କିତ ଆଲୋଚନା ହୋଇଥିଲା। ଦୀର୍ଘବର୍ଷ ହେବ ଶାନ୍ତିସ୍ତୂପ ମରାମତି ଅଭାବରୁ ବିପଦ ସଙ୍କୁଳ ହେବା ନେଇ ‘ସମାଜ’ରେ ସୁରକ୍ଷା ଲୋଡୁଛି ଶାନ୍ତିସ୍ତୂପ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଧଉଳିର ବିକାଶ ପାଇଁ ୨୦୦୨ ମସିହାରୁ ଧଉଳି ଉନ୍ନୟନ କମିଟି (ଡିଡିସି) ଗଠିତ ହୋଇଥିଲେ ମଧ୍ୟ କମିଟି ଦ୍ବାର ସ୍ତୂପ ଉପେକ୍ଷିତ ହେଉଥିଲା। ଅନ୍ୟପକ୍ଷରେ କଳିଙ୍ଗ ନିପୋନ ସଂଘ ସ୍ତୂପ ମରାମତି ଦାୟିତ୍ବ ତୁଲାଉଥିଲେ ମଧ୍ୟ ଗତ ଫଣି ବାତ୍ୟା ଠାରୁ ଏହା ଉପରେ ଧ୍ୟାନ ଦେଉନଥିଲା।

ଯାହାଫଳରେ ଶାନ୍ତିସ୍ତୂପ ତା’ର ଗରିମା ହରାଉଥିଲା। ଏନେଇ ଜିଲାପାଳ ଡିଡିସିର ବୈଠକ ଡାକି ତୁରନ୍ତ ସ୍ତୂପ ମରାମତି କରିବାକୁ ଡିଡିସିକୁ ଅନୁମତି ଦେଇଥିଲେ। ସ୍ତୂପ ମରାମତି ଖର୍ଚ୍ଚ ଡିଡିସି ପାଣ୍ଠିରୁ ଖର୍ଚ୍ଚ କରାଯିବ। ଓଟିଡିସି ଇଞ୍ଜିନୟରଙ୍କ ଦ୍ବାରା ମରାମତି ଲାଗି ଏଷ୍ଟିମେଟ ହେବା ପରେ କାର୍ଯ୍ୟ ଆରମ୍ଭ ହେବ। ଏହାବ୍ୟତୀତ ସ୍ତୂପ ଉପରେ ଦୀର୍ଘବର୍ଷ ଧରି ବ୍ୟବସାୟ କରି ଚଳୁଥିବା ଦୋକାନୀଙ୍କୁ ଥଇଥାନ କରିବା ଲକ୍ଷ୍ୟରେ ଦୋକାନ ଗୁଡିକୁ ନବୀକରଣ କରାଯିବ। ଧଉଳି ପଞ୍ଚାୟତ ନୂଆ ଦୋକାନ ଗୃହ ନିର୍ମାଣ ପାଇଁ ଡିଡିସି ପାଣ୍ଠିରୁ ପାଇବାକୁ ଥିବା ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବ।

- Advertisement -

ଅଧିକ ଅର୍ଥ ଆବଶ୍ୟକ ହେଲେ ସ୍ଥାନୀୟ ବିଧାୟକ ତାଙ୍କ ବିଧାୟକ ପାଣ୍ଠିରୁ ଯୋଗାଇ ଦେବେ। ଏନେଇ ସ୍ଥାପତ୍ୟ ବିଭାଗ ଓ ଓଟିଡିସି ଇଞ୍ଜିନୟର ବିଭାଗ ସର୍ଭେ କରିବା ପରେ ଦୋକାନ ଗୃହକୁ ନୂଆରୂପ ଦିଆଯିବ। ଗତକାଲିର ବୈଠକରେ ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତିଙ୍କ ସମେତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ସ୍ଥାନୀୟ ସରପଞ୍ଚ, ଜିଲାପରିଷଦ ସଭ୍ୟ, ଥାନାଧିକାରୀ, ଓଟିଡିସି ଓ ପର୍ଯ୍ୟଟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories