www.samajalive.in
Monday, December 8, 2025
24.1 C
Bhubaneswar

ଚୋରାବାଲି ଚାଲାଣ ବେଳେ ୯ ଟ୍ରାକ୍ଟର ଜବତ, ୧ଲକ୍ଷ ୩୫ଜୋରିମାନା ଆଦାୟ

ପଦ୍ମପୁର : ପଦ୍ମପୁର ଉପ ଖଣ୍ତରେ ପ୍ରବାହିତ ହେଉଥିବା ଅଂଗନଦୀରୁ ଗୁଣ୍ତିଚାଡିହି ରାସ୍ତା ଦେଇ ଛତିଶଗଡ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଯୋଗୁଁ ସରକାରଙ୍କ ବିପୁଳ ପରିମାଣର ରାଜସ୍ବ କ୍ଷତି ହେଉଥିଲା ।ତେଣୁ ପଦ୍ମପୁର ଉପଖଣ୍ତ ପୁଲିସ ଅଧିକାରୀ ପ୍ରଦୀପ ସାହୁଂକ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜଗଦଳପୁର ଥାନା ଅଧିକାରୀ ଲିଲିମା ଲଲିତା ବାର୍ଲା, ଏ ଏସ ଆଇ ସତ୍ୟାନନ୍ଦ ଭୋଏ, ହବିଲଦାର ଜିତେନ୍ଦ୍ରିୟ ଦାଶ ଓ ଅନ୍ୟ ସହକର୍ମୀ ଛତିଶଗଡ ରାଜ୍ୟର ୮ଟି ଟ୍ରାକ୍ଟର ଓ ଓଡିଶାର ଗୋଟିଏ  ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ ।ପୁଲିସ ଅଧିକାରୀଙ୍କ ସୂଚନା କ୍ରମେ ଓ ପଦ୍ମପୁର  ଅତିରିକ୍ତ ତହସିଲଦାର ସରୀତା ଗୁପ୍ତାଂକ ନିର୍ଦ୍ଦେଶରେ ଲଖମରା ରାଜସ୍ବ ନିରୀକ୍ଷକ ଦାମୋଦର ସୁନା ଟ୍ରାକ୍ଟର ପ୍ରତି ୧୫ ହଜାର ଟଂକା ଜୋରିମାନା ଆଦାୟ କରିଛନ୍ତି। ଟ୍ରାକ୍ଟରଗୁଡିକର ସମସ୍ତ କାଗଜପତ୍ର ବରଗଡ ଆରଟିଓ ଆସି ତଦନ୍ତ କରୁଛନ୍ତି ।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories