www.samajalive.in
Friday, December 12, 2025
23.1 C
Bhubaneswar

ଅର୍ଦ୍ଧାହାରରେ ବୃଦ୍ଧଙ୍କ ଜୀବନ ଗଲା

କଂଟାବାଂଜି : କଂଟାବାଞ୍ଜି ସରକାରୀ ଡାକ୍ତର ପରିସରର ମାର୍କେଟ କମ୍ଲେକ୍ସ ପିଣ୍ଢାରେ ଜଣେ ଅଜଣା ପ୍ରାୟ ୭୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧଙ୍କର ଜୀବନ ଯାଇଛି । ପରେ ମଧ୍ୟାହ୍ନରେ ସ୍ଥାନୀୟ ପୁଲିସ ଖବର ପାଇ ପଞ୍ଚନାମା କରିବା ପରେ ଡାକ୍ତର ଖାନାରେ ମେଡିକାଲ କର୍ତ୍ତୃପକ୍ଷ, ଡାକ୍ତର ଏସ.ପି.ଡି. ପଣ୍ଡା ଶବ ବ୍ୟବଚ୍ଛେଦ କରିବା ପରେ ବୃଦ୍ଧଙ୍କ କୌଣସି ପରିଚୟ ଜଣାପଡୁନଥିବାରୁ, ସରକାରୀ ନିୟମ ଅନୁଯାୟୀ ଶୀତତାପ କଫିନରେ ରଖାଯିବ ବୋଲି ଡାକ୍ତରଙ୍କ ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ଏହି ବୃଦ୍ଧ ଜଣକ ଦୀର୍ଘ ବର୍ଷାଧିକାଳ ଡାକ୍ତରଖାନା ପରିସରରେ ଭିକ୍ଷାବୃତ୍ତି କରି ଖାଇବା ସହ ଡାକ୍ତରଖାନା ପରିସରରେ ଥିବା ଗଛ ତଳେ ଚଟାଣରେ ଶୋଉଥିବାବେଳେ ଦିନରେ ଏଣେତେଣେ ବୁଲାବୁଲି କରିବା ଦେଖାଯାଉଥିଲା । ଚଳିତ ବର୍ଷ ବଷା ଦିନ ମାର୍କେଟ କମ୍ଲେକ ତଳେ ଆଶ୍ରୟ ନେବା ସହ ବର୍ଷା ପାଣିରେ ଭିଜିବା ସହ ଦେହ ଖରାପ ହୋଇ ଶଯ୍ୟାସାୟୀ ଥିବାବେଳେ ଡାକ୍ତରଖାନାରେ କିଛି ଲୋକେ ବୃଦ୍ଧଙ୍କୁ  ଏକ ଷ୍ଟ୍ରେଚରରେ ଆଣି ମାର୍କେଟ କମ୍ଲେକ୍ସ ପିଣ୍ଢାରେ ଶୋଇ ଦେଇଥିଲେ। ସହି ଦିନରୁ ବୃଦ୍ଧ ଜଣକ ସେଠାରେ ପଡି ରହିଥିଲା। ଘୋସାରି ହୋଇ ଆଖପାଖ ଚା ଦୋକାନରୁ ଚା ବିସ୍କୁଟ ଖାଇ ଦୁର୍ବିସହ ଜୀବନ ବିତାଉଥିଲା । ଯଦି ବୃଦ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥାନ୍ତା ତେବେ ହୁଏତ ସେ ବଂଚି ଯାଇଥାନ୍ତେ। ବୃଦ୍ଧଙ୍କର ବସ୍ତ୍ର ନ ଥିବାରୁ  ଶୀତ କାକରରେ  ପଡି ଜୀବନ ବିତାଉଥିଲା । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ କେହି ଭୋକିଲା ରହିବେ ନାହିଁ । ତେଣୁ ପ୍ରତ୍ୟେକ ବ୍ଲକ , ମୁନିସିପାଲିଟି ଓ ଆଇ.ସି.ଡି.ଏସ. ଜରିଆରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ବୃଦ୍ଧଙ୍କ ପ୍ରତି କାହାର ଦୃଷ୍ଟି ଗୋଚର  ନ ହେବା ତଥା ସବୁ ଜାଣି ଅଜଣା ରହି ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଯଥାଶିଘ୍ର ଜିଲ୍ଲାପାଳ ଏହାର ତଦନ୍ତ କରିବା ପାଇଁ  ଜନ ସାଧାରଣରେ ମତପ୍ରକାଶ  ପାଇଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories