www.samajalive.in
Friday, December 12, 2025
27.1 C
Bhubaneswar

ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ମେଧା ତାଲିକା: ସିଟ୍ ୧୪୪୦୧, ମନୋନୀତ ହେଲେ ୫୨, ୭୮୦ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମ ଲେଖାଇବା  ପାଇଁ ଏକକ ପିଜି ପ୍ରବେଶିକାର ମେଧା ତାଲିକା ଆଜି (ଶନିବାର) ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ୱେବ୍‌ସାଇଟ୍‌ ଷ୍ଟୁଡେଣ୍ଟ୍‌ ଏକାଡେମିକ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌(ସାମ୍‌ସ) https://www.samsodisha.gov.inକୁ ଲଗ୍‌ଅନ୍‌ କରି ଛାତ୍ରଛାତ୍ରୀମାନେ ସେମାନଙ୍କ ମେଧାତାଲିକା ଓ ନାମ ଲେଖାଇବାକୁ ଥିବା ବିଶ୍ବବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟର ନାମ ଦେଖିପାରିବେ। ଚଳିତ ବର୍ଷ ରାଜ୍ୟରେ ମୋଟ ୧୪,୪୦୧ ପିଜି ସିଟ୍‌ରେ ନାମ ଲେଖାଇବା ପାଇଁ ୫୨,୭୮୦ଜଣ ଛାତ୍ରଛାତ୍ରୀଙ୍କ ମନୋନୀତ ମେଧାତାଲିକା ପ୍ରକାଶ କରାଯାଇଛି।

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧା ତାଲିକା ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି। ଏହି ମେଧାତାଲିକା ସାମସ୍‌-ସିପିଇଟି ୨୦୨୦ର େୱବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ www.samsodisha.gov.inରେ Post Graduation କ୍ଲିକ୍‌ କରି State wide provisional Merit List ଲିଙ୍କରେ ଏହି ପିଜି ପ୍ରବେଶିକା ପରୀକ୍ଷା ବିଷୟ ଅନୁଯାୟୀ ମେଧାତାଲିକା ଦେଖିପାରିବେ। ଏଥି ସହିତ ଛାତ୍ରଛାତ୍ରୀମାନେ ସେମାନଙ୍କର େୱବ୍‌ସାଇଟ୍‌ରେ ୟୁଜର ନେମ୍‌ ଓ ପାସ୍‌ୱାର୍ଡ ଦେଇ ଲଗ୍‌ଇନ୍‌ କରି ମଧ୍ୟ MIS Reportରେ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟ ଅନୁସାରେ ମେଧା ତାଲିକା ଦେଖିପାରିବେ।

- Advertisement -

ସୂଚନା ଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ଥର ପାଇଁ ୭୦ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ପିଜି ପାଠ୍ୟକ୍ରମର ୧୪,୪୦୧ ଗୋଟି ପିଜି ସିଟ୍‌ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହୋଇଥିଲା। ଏକକ ପିଜି ପରୀକ୍ଷା ଦେବା ପାଇଁ ମୋଟ ୭୫,୧୦୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଚଳିତ ବର୍ଷ ଏକକ ପିଜି ପ୍ରବେଶିକା ପରୀକ୍ଷାରେ ମୋଟ ୫୫,୭୪୬ ଜଣ ପରୀକ୍ଷା ଦେଇଥିଲେ। ଏକକ ପିଜି ପ୍ରବେଶିକା ପରୀକ୍ଷା ନିମନ୍ତେ ୭୧,୭୮୯ଟି ହଲ୍‌ ଟିକେଟ୍‌ ଜାରି କରାଯାଇଥିଲା। ତେବେ ବିଭିନ୍ନ ବିଷୟରେ ୬୨,୯୪୨ ଜଣ ପରୀକ୍ଷା ଦେଇଥିଲେ ଏବଂ ୫୨,୭୮୦ ଜଣ ପରୀକ୍ଷାର୍ଥୀଙ୍କ ମେଧା ତାଲିକା େୱବ୍‌ସାଇଟ୍‌ରେ ପ୍ରସ୍ତୁତ କରାଯାଇଛି । ମେଧା ତାଲିକା ଅନୁଯାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ପସନ୍ଦର ବିଷୟ ଓ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟରେ ନାମ ଲେଖାଇବା ନିମନ୍ତେ ସୁଯୋଗ ପାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories