www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରଫେସର ଚିତ୍ତରଞ୍ଜନ କରଙ୍କ ଦେହାନ୍ତ

କଟକ: କଟକ ବଡ଼ ଡାକ୍ତରଖାନା ନେଫ୍ରୋଲୋଜି(ବୃକ୍କକ) ରୋଗ ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟର ନୋଡାଲ ଅଫିସର ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର(୫୭)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ସଂକ୍ରମିତ ହୋଇ ଦୀର୍ଘ ୩ମାସରୁ ଊର୍ଦ୍ଧ୍ବ ସମୟଧରି ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କୁ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଆମ୍ରି ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଆମ୍ରିରେ ଉପଯୁକ୍ତ ଚିକିତ୍ସା ହୋଇନପାରିବାରୁ ପ୍ରାୟ ଏକ ମାସ ତଳେ ତାଙ୍କୁ ଏୟାର ଆମ୍ବୁଲାନ୍ସ ସହାୟତାରେ ଚେନ୍ନାଇର ଏମଜିଏମ ହେଲଥ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ୨ପୁଅ ଓ ଭଉଣୀ ଉପସ୍ଥିତ ଥିଲେ। ଆଜି ତାଙ୍କ ମୃତଦେହକୁ ଓଡ଼ିଶା ଅଣାଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡିଛି।

- Advertisement -

ଡାକ୍ତର କର ୧୯୬୩ରେ ସୁନ୍ଦରଗଡ ଜିଲା ପାନପୋଷରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରୁ ଏମ୍ବି୍ବିଏସ୍‍ ଡିଗ୍ରୀ ହାସଲ କରିବା ପରେ ସେ ବୁର୍ଲା ମେଡିକାଲ କଲେଜରୁ ପିଜି ଶେଷ କରିଥିଲେ। ବାରଣାସୀ ମେଡିକାଲ କଲେଜରେ ଡିଏମ ଶିକ୍ଷା ସମାପ୍ତ କରିବା ପରେ ବୁର୍ଲା ମେଡିକାଲରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ଏସ୍‌ସିବିରେ କିଡନୀ ପ୍ରତିରୋପଣ ଆରମ୍ଭ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଡାକ୍ତର କର ଏବଂ ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ମିଳିତ ଭାବେ ଏସ୍‌ସିବି ମେଡିକାଲରେ କିଡନୀ ପ୍ରତିରୋପଣ ସହିତ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୨୦୨୦ ଜାନୁଆରୀରେ ତାଙ୍କ ଉଦ୍ୟମରେ ସଫଳତାର ସହିତ ୩ଟି କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇପାରିଥିଲା। ସେ ରାଜ୍ୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ନୋଡାଲ ଅଫିସରଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କ ମୃତ୍ୟୁରେ ଡିଏମ୍‌ଇଟି ଡା. ସିବିକେ. ମହାନ୍ତି, ଏସ୍ସିଡବି ମେଡିକାଲ କଲେଜର ଡିନ ତଥା ଅଧ୍ୟକ୍ଷ ଡାକ୍ତର ହୋତା, ଏସ୍ସି୍ବି ମେଡିକାଲ କଲେଜର ଅଧୀକ୍ଷକ ଡା. ଲୁସି ଦାସ, ପ୍ରଫେସର ଡା. ଅନ୍ନଦାପ୍ରସାଦ ପଟ୍ଟନାୟକ, ଡା. ସୁଧାଂଶୁ ମିଶ୍ର, ଡା. ଜୟନ୍ତ ପଣ୍ଡା, ଦନ୍ତରୋଗ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଜୟନ୍ତ ଦାସ, ଡା. ସତ୍ୟବ୍ରତ ରାଉତରାୟ, ଡା. ଏସ୍‌.ପି. ସିଂହ, ଡା. ଉମେଶ ପାତ୍ର, ଡା. ନିର୍ମଳ ମହାପାତ୍ର, ଡା. ନିବେଦିତା ପାଣି, ଡା. ବନବିହାରୀ ମିଶ୍ର, ଡା. ଭୁବନାନନ୍ଦ ମହାରଣା, ଡା. ଚନ୍ଦ୍ରକାନ୍ତ ମିଶ୍ର, ଡା. ବିଶ୍ୱଜିତ ଦାସ, ଡା. ଆର.କେ.ଜେନା. ଡା. ମନୋରଞ୍ଜନ ପଟ୍ଟନାୟକ, ଡା. ଜ୍ୟୋତି ପଟ୍ଟନାୟକ, ଡା. ଫକିରମୋହନ ଦେବତା, ଓମଟାର ସମ୍ପାଦକ ଡା. କାଳୀପ୍ରସନ୍ନ ସ୍ୱାଇଁ ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories