www.samajalive.in
Thursday, December 11, 2025
18.1 C
Bhubaneswar

କାର୍‌ କିମ୍ବା ବାଇକ୍‌ର ଜରୁରୀକାଳୀନ ଆଲୋକ(ହାଜାର୍ଡ ଲାଇଟ୍) ଭୁଲ୍‌ ବ୍ୟବହାର କରୁଥିଲେ ହୋଇପାରେ ଜୋରିମାନା

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶର ପ୍ରାୟ ସମସ୍ତ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡି ହାଜାର୍ଡ ଲାଇଟ୍ ସହ ଆସୁଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଜି ମଧ୍ୟ ଅନେକ ଲୋକ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତି ନାହିଁ । ଲୋକମାନେ ବେଳେବେଳେ ନିଜ ପସନ୍ଦ ଅନୁଯାୟୀ ସେମାନଙ୍କୁ ଟର୍ନ୍ ଅନ୍ କରନ୍ତି । କିନ୍ତୁ ସେଗୁଡିକ କେବଳ କିଛି କାରଣ ପାଇଁ ବ୍ୟବହୃତ ହୁଏ । ଏପରିକି କିଛି ଲୋକ ଅଛନ୍ତି ଯେଉଁମାନେ ରାସ୍ତାର ରଙ୍ଗ୍‌ ସାଇଡ୍‌ରେ ଯିବାପାଇଁ ମଧ୍ୟ  ହାଜାର୍ଡ ଲାଇଟ୍ ଟର୍ନ୍ ଅନ୍ କରନ୍ତି। କାରଣ ସେମାନେ ଜାଣନ୍ତି ନାହିଁ ଏହାର ସଠିକ ବ୍ୟବହାର। ତେବେ ଆସନ୍ତୁ ଜାଣିବା ହାଜାର୍ଡ ଲାଇଟ୍ଣ ସଠିକ ବ୍ୟବହାର, ନଚେତ କେତେବେଳେ ହାଜାର୍ଡ ଲାଇଟ୍ ଭୁଲ୍‌ ବ୍ୟବହାର ପାଇଁ ଆପଣଙ୍କୁ ଫାଇନ୍‌ ଦେବାକୁ ପଡିପାରେ।

- Advertisement -

ଡ୍ରାଇଭରମାନେ କିପରି ବ୍ୟବହାର କରନ୍ତି

ଭାରତରେ ଡ୍ରାଇଭିଂ ଲାଇସେନ୍ସ ପାଇବା ଅତ୍ୟନ୍ତ ସହଜ ହୋଇଥିବାରୁ ବର୍ଷ ବର୍ଷ ଧରି ଗାଡି ଚଳାଉଥିବା ଲୋକମାନେ ଟ୍ରାଫିକ୍ ସାଇନ୍ ବୋର୍ଡକୁ ମଧ୍ୟ ଚିହ୍ନି ପାରନ୍ତି ନାହିଁ। ଅନେକ ଲୋକ କାର କିଣିବା ପରେ ମଧ୍ୟ ସେମାନଙ୍କର ମାନୁଆଲ ପଢନ୍ତି ନାହିଁ।ଆପଣ ରାସ୍ତାରେ ଏପରି ଲୋକ ମିଳିବେ ଯେଉଁମାନେ ରାସ୍ତାରେ ସିଧା ଯିବାପାଇଁ ହାଜାର୍ଡ ଲାଇଟ୍ ବ୍ୟବହାର କରନ୍ତି। ସେହିପରି କିଛି ଲୋକ ଦ୍ରୁତ ଡ୍ରାଇଭିଂ ସମୟରେ ଏବଂ ଆଉ କିଛି କୁହୁଡିରେ ଯିବା ସମୟରେ ହାଜାର୍ଡ ଲାଇଟ୍ ବ୍ୟବହାର କରନ୍ତି ।

ହାଜାର୍ଡ ଲାଇଟ୍‌ର ଉପଯୁକ୍ତ ବ୍ୟବହାର କ’ଣ?

ଯେପରି ଏହାର ନାମ (ହାଜାର୍ଡ ଲାଇଟ୍)ରୁ ସ୍ପଷ୍ଟ ହୁଏକି ଏହା କେବଳ ବିପଦ ସମୟ​‌ରେ ବ୍ୟବହୃତ ହୁଏ।  କିନ୍ତୁ ହାଜାର୍ଡ ଲାଇଟ୍‌ର ମୁଖ୍ୟ କାର୍ଯ୍ୟ ହେଉଛି ଯେତେବେଳେ ଗାଡିଟି ରାସ୍ତାରେ ଠିଆ ହୋଇଛି ଏବଂ ଏହି କାରଣରୁ ଟ୍ରାଫିକରେ ଅସ୍ଥାୟୀ ବ୍ୟାଘାତ ହୋଇପାରେ ସେହି ସମୟରେ ହାଜାର୍ଡ ଲାଇଟ୍ ବ୍ୟବହୃତ ହୁଏ। ଅନ୍ୟପକ୍ଷେ ରାସ୍ତାରେ କୌଣସି ଦୁର୍ଘଟଣା, ପଙ୍କଚର, କିମ୍ବା ଗାଡିରେ ​‌କୌଣସି ଜରୁରୀ ପରିସ୍ଥିତିରେ​‌ ଏହି ଲାଇଟ୍ ବ୍ୟବହୃତ ହୁଏ । ଯଦି ଆପଣ କୌଣସି  କାରଣରୁ ଏକ ରୋଡ୍ ସାଇଡ୍ କାର୍ ପାର୍କ କରନ୍ତି, ତେବେ ଆପଣ ହାଜାର୍ଡ ଲାଇଟ୍ ଟର୍ନ୍ ଅନ୍ କରିପାରିବେ। ଯେତେବେଳେ ହାଜାର୍ଡ ଲାଇଟ୍ ଜଳି ଉଠେ ଆଗ କିମ୍ବା ପଛରୁ ଆସୁଥିବା ଡ୍ରାଇଭର ଜାଣିବାକୁ ପାଇଲେ ଯେ ଆଗରେ ଜରୁରୀକାଳୀନ ପରିସ୍ଥିତି ଅଛି, ତେଣୁ ସେ ତାଙ୍କ ଗାଡିର ବେଗକୁ ମନ୍ଥର କରିଦିଅନ୍ତି ।

କେତେବେଳେ ହାଜାର୍ଡ ଲାଇଟ୍ ବ୍ୟବହାର କରିବେ ନାହିଁ

ପୂର୍ବରୁ ଯେପରି କୁହାଯାଇଛି କି ହାଜାର୍ଡ ଲାଇଟ୍ ସେତେବେଳେ ବ୍ୟବହାର କରାଯିବା ଉଚିତ ଯେତେବେଳେ ତୁମର କାର କିମ୍ବା ବାଇକ୍‌ କୌଣସି କାରଣରୁ ରାସ୍ତାରେ ଛିଡା ହୋଇଥିବ । କାରଣ ଚଳନ୍ତା ଗାଡିରେ ହାଜାର୍ଡ ଲାଇଟ୍ ବ୍ୟବହାର କଲେ ଆଗରୁ ଏବଂ ପଛରୁ ଆସୁଥିବା ଡ୍ରାଇଭର ଦ୍ୱନ୍ଦ୍ୱରେ ପଡ଼ି ଦୁର୍ଘଟଣା ଘଟାଇପାରେ । କୁହୁଡ଼ି କିମ୍ବା ଜୋର ବର୍ଷା ପରି କମ୍ ଦୃଶ୍ୟମାନ ଅବସ୍ଥାରେ କାରର କୁହୁଡି ଲାଇଟ୍ (ଫଗ୍‌ ଲାଇଟ୍)‌ ଟର୍ନ୍ ଅନ୍ କରନ୍ତୁ, ଯଦି କାରରେ କୁହୁଡି ଲାଇଟ୍ (ଫଗ୍‌ ଲାଇଟ୍) ନଥାଏ, ତେବେ ଲୋ ବିମ୍ ଲାଇଟ୍ ଉପରେ ଚଲାନ୍ତୁ ଯାହା ଦ୍ବାରା ରାସ୍ତାରେ ଭଲ ଲାଇଟ୍‌ ପଡିବ। ଏଥି ସହିତ ଏପରି କିଛି ଯାନ ଅଛି ଯେଉଁଥିରେ ଦ୍ରୁତ ବ୍ରେକ୍ ଲାଗିଲେ ହାଜାର୍ଡ ଲାଇଟ୍ ସ୍ୱୟଂଚାଳିତ ଜଳିଉଠେ। ଯାହାଫଳରେ ଫଛରେ ଆସୁଥିବା ଗାଡି ସତର୍କ ହୋଇଯାଏ ।

ହାଜାର୍ଡ ଲାଇଟ୍ ଭୁଲ ବ୍ୟବହାର ପାଇଁ ଫାଇନ୍‌ ଦେବାକୁ ପଡିପାରେ

ମେଘାଳୟର ଶିଲଂରେ ଟ୍ରାଫିକ ପୁଲିସ ହାଜାର୍ଡ ଲାଇଟ୍ ଭୁଲ ବ୍ୟବହାର କରୁଥିବା ଲୋକଙ୍କୁ ଚେତାବନୀ ଦେଇଛି ଯେ ମୋଟର ଯାନ ଅଧିନିୟମର ଧାରା ୧୭୭ ଅନୁଯାୟୀ ହାଜାର୍ଡ ଲାଇଟ୍ ଅପବ୍ୟବହାର ପାଇଁ ଜୋରିମାନା ଆଦାୟ କରାଯାଇପାରିବ। ହାଜାର୍ଡ ଲାଇଟ୍‌ର ଅପବ୍ୟବହାରୀଙ୍କୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଫାଇନ୍‌ ଲଗାଯାଇପାରେ। ହାଜାର୍ଡ ଲାଇଟ୍‌ର ସଠିକ ବ୍ୟବହାର କିପରି କରିବେ ଏନେଇ ଶିଲଂ ପୁଲିସ ପକ୍ଷରୁ ସୋସିଆଲ ମିଡିଆରେ ମଧ୍ୟ ମାର୍ଗଦର୍ଶୀକା ଜାରି କରାଯାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories