www.samajalive.in
Friday, December 12, 2025
26.1 C
Bhubaneswar

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ 

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନ୍‌ଲାଇନରେ ସମାରୋହରେ ସାମିଲ ହୋଇ ପାରିନଥିବାବେଳେ ତାଙ୍କ ଦ୍ୱାରା କୁଳପତି ପ୍ରଫେସର ଅତନୁ କୁମାର ପତି ଅଧିକୃତ ହୋଇ ଏହି ଉତ୍ସବରେ ପୌରହିତ୍ୟ କରିଥିଲେ। ଅମୃତ ବିହାର ପରିସରସ୍ଥ ମୁକ୍ତମଞ୍ଚରେ ଆୟୋଜିତ ସମାରୋହରେ କୁଳପତି ପ୍ରଫେସର ପତି, କୁଳସଚିବ ଗିରୀଶଚନ୍ଦ୍ର ସିଂ ଓ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସଚ୍ଚିଦାନନ୍ଦ ମହାପାତ୍ର ମଞ୍ଚାସୀନ ଥିବାବେଳେ ଉପକୁଳସଚିବ ଡ. ଉମାଚରଣ ପତି ସଂଯୋଜନା କରିଥିଲେ। ସଭାପତି ଅଭିଭାଷଣରେ କୁଳପତି ପ୍ରଫେସର ପତି କହିଲେ ଯେ, ଏହି ବିଶ୍ବବିଦ୍ୟାଳୟ ପାଇଁ ଏକ ଦୃଢ଼ ମୂଳଦୁଆ ପଡ଼ିସାରିଛି। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ, ଭିତ୍ତିଭୂମିର ବିକାଶ ତଥା ଗବେଷଣାତ୍ମକ ଭାବରେ ଗୋଷ୍ଠୀ ସହିତ ଜଡ଼ିତ ହେବା ଅାଦି ଦିଗରେ ପ୍ରୟାସ ଜାରି ରହିଛି। ଆଗାମୀ ଦିନରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସମର୍ପିତ ମନୋଭାବ ସହିତ ଛାତ୍ରଛାତ୍ରୀଙ୍କ ସହଯୋଗ ହିଁ ଏହି ବିଶ୍ବବିଦ୍ୟାଳୟକୁ ଶ୍ରେଷ୍ଠ କରି ଗଢ଼ିତୋଳିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଦ୍ବିତୀୟ ସମାବର୍ତ୍ତନ ସମାରୋହରେ ବିଶ୍ୱବିଦ୍ୟାଳୟରୁ ପ୍ରଥମ କରି ପିଏଚଡି ଡିଗ୍ରୀ ହାସଲ କରିଥିବା ତିନିଜଣ ଛାତ୍ରଛାତ୍ରୀ ସରୋଜିନୀ ମିଞ୍ଜ, ରାକେଶ ସ୍ୱାଇଁ ଓ ସିଦ୍ଧାନ୍ତ ମହାନ୍ତିଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ୨୦୧୯ ଓ ୨୦୨୦ ବର୍ଷରେ ସ୍ନାତକ, ସ୍ନାତକୋତର ଓ ଏମଫିଲରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। କୁଳସଚିବ ଓ ପିଜି କାଉନସିଲ ଚେୟାରମ୍ୟାନ ଘୋଷଣା କରିଥିବା ଏଥିମଧ୍ୟରେ ମୋଟ ୧୭୪ଟି ମେଧା ପଦକ ଏବଂ ୧୨ଟି ସ୍ମାରକୀ ପଦକ ବିଜେତାଙ୍କ ନାମ ରହିଛି। ତେବେ, କୋଭିଡ କଟକଣା ହେତୁ ଡିଗ୍ରୀ ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇ ପର୍ଯ୍ୟାୟକ୍ରମେ ଉକ୍ତ ପଦକ ଓ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସମାବର୍ତ୍ତନ ସମାରୋହ ଅବସରରେ ଆୟୋଜିତ ସାମ୍ବତ୍ସରିକ ଶୋଭାଯାତ୍ରାରେ ୨୩ ଜଣ ବିଭାଗୀୟ ମୁଖ୍ୟ ଓ ଆକାଡେମିକ କାଉନସିଲର ସଭ୍ୟ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ତଥା ପୁରାତନ ଛାତ୍ରଛାତ୍ରୀ ଓ ଅତିଥିମାନେ ଭର୍ଚୁଆଲ ମାଧ୍ୟମରେ ଏହି ସମାରୋହରେ ସାମିଲ ହୋଇଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories