www.samajalive.in
Saturday, December 6, 2025
19.1 C
Bhubaneswar

ଶ୍ରୀରାମପୁର ବନ୍ଧରୁ ଯୁବକର ମୃତଦେହ ଉଦ୍ଧାର

ଝୁମ୍ପୁରା : ଝୁମ୍ପୁରା ପଞ୍ଚାୟତ ଶ୍ରୀରାମପୁର ଗ୍ରାମରେ ରହିଥିବା ବନ୍ଧରେ ଶୁକ୍ରବାର ଦିନ ଅପରାହ୍ନରେ ଜଣେ ଯୁବକର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ଝୁମ୍ପୁରା ଥାନାକୁ ଖବର ଦେଇଥିଲେ। ଝୁମ୍ପୁରା ପୁଲିସ ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ବନ୍ଧରେ ଭାଷୁଥିବା ଶବକୁ କୂଳକୁ ଆଣିଥିଲେ। ବନ୍ଧରେ ଭାଷୁଥିବା ମୃତ ଯୁବକର ଘର ଅର୍ଶଳା ଗ୍ରାମରେ ଏବଂ ତାଙ୍କ ନାମ ଜଗଦିଶ  ଦାସ (୪୦) ବୋଲି ପୁଲିସକୁ ସୂଚନା ମିଳିଥିଲା।  ଶବ ଚିହ୍ନଟ ହେବା ପରେ ପୁଲିସ ମୃତ ଯୁବକଙ୍କ ପରିବାରକୁ ଖବର ଦେଇଥିଲେ। ମୃତ ଯୁବକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ଚିହ୍ନଟ ହୋଇଥିଲା। ପରିବାର ଲୋକଠାରୁ ସୂଚନା ମିଳିଛି ଯେ, ଜଗଦିଶ ୧୯ ତାରିଖ ଦିନ ଝୁମ୍ପୁରା ଆସିଥିଲେ କିନ୍ତୁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ପାଇ ପାରି ନଥିଲେ । ୨୦ ତାରିଖ ଦିନ  ତାର ମୃତ ଦେହ ଶ୍ରୀରାମପୁର ବନ୍ଧରୁ ଉଦ୍ଧାର କରାଯାଇଛି। ଝୁମ୍ପୁରା ପୁଲିସ ଏକ ମାମଲା ରାଜ୍ଜୁ କରିବା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories