www.samajalive.in
Thursday, December 11, 2025
16.1 C
Bhubaneswar

କରୋନା ମୁକାବିଲା : ରାଜ୍ୟର ସବୁ ଜିଲା ‘ରେଡ୍ ଜୋନ’ରୁ ମୁକ୍ତ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲାରୁ କରୋନା ତାତି ଆଜି ପର୍ଯ୍ୟନ୍ତ କମୁନାହିଁ। ମାର୍ଚ୍ଚ ୧୫ରେ ଭୁବନେଶ୍ୱରରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୁରୁବାର ପର୍ଯ୍ୟନ୍ତ ସବୁବେଳେ ଶତାଧିକ ସଂକ୍ରମିତ ବାହାରୁଛନ୍ତି। କଥା ଏମିତି ହେଲାଣି ଯେ ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ୯୨୫କୁ ଛୁଇଁଲାଣି। ସରକାରଙ୍କ ପକ୍ଷରୁ ସବୁ ଜିଲାକୁ କୋଭିଡ଼ ମାର୍ଗଦର୍ଶିକା ପାଳନ ଓ କଟକଣା ନେଇ ସମାନ ନିର୍ଦେଶନାମା ଜାରି ହେଉଛି; ହେଲେ ଖୋର୍ଦ୍ଧା ଜିଲା ତଥା ରାଜଧାନୀ ଭୁବନେଶ୍ୱରରେ କରୋନା ତାତି ଆଜି ପର୍ଯ୍ୟନ୍ତ ନ କମିବା ପ୍ରଶାସନିକ ଅଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏହି ତାତି ପଛରେ ପଡୋଶୀ ଜିଲାର ଆକ୍ରାନ୍ତ ଓ ରାଜଧାନୀର ବହୁ
କୋଭିଡ଼ ହସ୍ପିଟାଲରେ ଜଟିଳ ରୋଗୀ ରହୁଥିବାରୁ ସଂଖ୍ୟା ବଢ଼ୁଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ କହୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ସୁଦ୍ଧା ଜିଲାରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୫୦ହଜାର ପାଖ ଛୁଇଁଛି। ଗତକାଲି ସୁଦ୍ଧା ଜିଲାରେ ୪୯ହଜାର ୮୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ଆଜି ୧୭ଜଣ କରୋନା ମୃତ୍ୟୁକୁ ମିଶାଇ ସଂଖ୍ୟା ୧୫୯୨ରେ ପହଞ୍ଚିଛି। ଏଥିମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨୭୨ଜଣଙ୍କ ମୃତ୍ୟୁ ହୋଇଛି। ଆଜି ମୃତକଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରଗଡ଼ ଜିଲାର ୪ଜଣ ରହିଥିବାବେଳେ ସମ୍ବଲପୁର ଜିଲାର ୩ଜଣ ରହିଛନ୍ତି। ଏହାବାଦ୍ ଖୋର୍ଦ୍ଧାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, କଟକ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡା, ନୟାଗଡ, ରାୟଗଡା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଦୀର୍ଘଦିନ ପରେ ରେଡ ଜୋନରୁ ଓଡ଼ିଶା ମୁକୁଳିଛି। ଆଜି ରାଜ୍ୟର କରୋନା ମାନଚିତ୍ରରେ କୌଣସି ଜିଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଉପରେ ନାହିଁ।
ଗୁରୁବାର ସୁଦ୍ଧା ରାଜ୍ୟରେ ୫୪ଲକ୍ଷ ୨୪ହଜାର ୭୬୧ ନମୁନା ପରୀକ୍ଷା କରାଯାଇଥିବାବେଳେ ୩ଲକ୍ଷ ୧୧ହଜାର ୭୮୮ଜଣ ସଂକ୍ରମିତ ବାହାରିଛନ୍ତି। ସେଥିରୁ ସୁସ୍ଥଙ୍କ ସଂଖ୍ୟା ୩ଲକ୍ଷ ୧ହଜାର ୭୭୭ ରହିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୩୬୬ରେ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories