www.samajalive.in
Sunday, December 14, 2025
26.1 C
Bhubaneswar

କଏଦୀଙ୍କ ହାତର କରାମତିରେ ଚମକୁଛି କାରାଗାର କାନ୍ଥ

ଉଦୟପୁର : ବିଭିନ୍ନ ଅପରାଧ ପାଇଁ କାରାଗାରର ଚାରି କାନ୍ଥ ଭିତରେ ବନ୍ଦୀ ଜୀବନ ବିତାଉଥିବା ବହୁ କଏଦୀଙ୍କଠାରେ ନିହିତ ଥାଏ ନାନା ପ୍ରତିଭା। ସେମାନେ ସୁଯୋଗ ଅଭାବରୁ ଏହାର ପରିପ୍ରକାଶ କରିପାରନ୍ତି ନାହିଁ; ତେବେ ଅନେକ ସମୟରେ ସୁବିଧା ସୁଯୋଗ ପାଇଲେ ସେମାନେ ନିଜର ଚମତ୍କାରିତା ଦେଖାଇଥାଆନ୍ତି। ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାଜସ୍ଥାନର ଉଦୟପୁର କେନ୍ଦ୍ରୀୟ କାରାଗାରର କିଛି ଅନ୍ତେବାସୀଙ୍କଠାରେ। କାରାଗାର କର୍ମଚାରୀଙ୍କ ସହଯୋଗରେ କିଛି କଏଦୀଙ୍କ ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ଘଟିଛି; ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା। ଏହି କାରାଗାରରେ କଏଦୀ ନମ୍ବର-୨୫୯ ସାଧୁରାମ ତାଙ୍କ କଳା ପ୍ରତିଭା ଦ୍ବାରା କାରାଗାରର ରୂପରେଖ ବଦଳାଇ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଅଭିଯୋଗରେ ୧୨ବର୍ଷ କାରାଦଣ୍ଡ ଭୋଗୁଥିବା ସାଧୁରାମଙ୍କ ପ୍ରତି ଏବେ ପ୍ରଶଂସାର ସୁଅ ଛୁଟୁଛି। ସାଧୁରାମଙ୍କର ଚିତ୍ରକଳା କ୍ଷେତ୍ରରେ ରୁଚି ରହିଥିଲା। କାରାଗାର ପ୍ରଶାସନ ଏହା ଜାଣିବା ପରେ ତାଙ୍କୁ ରଙ୍ଗତୂଳୀ ଧରାଇଥିଲେ। ଏହା ଦ୍ବାରା ସେ କାରାଗାର କାନ୍ଥରେ ଆଧ୍ୟାତ୍ମିକ ଓ ଐତିହାସିକ ଘଟଣାବଳୀ, ବନ୍ୟପ୍ରାଣୀ ଓ ମନୋରଞ୍ଜନକାରୀ ଚିତ୍ର ଆଙ୍କିଛନ୍ତି। ଏହା ଦ୍ବାରା କାରାଗାର କାନ୍ଥ ଏବେ ପାର୍କ ରୂପ ନେଇଛି। ଏତଦ୍‌ବ୍ୟତୀତ ସାଧୁରାମ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧୫ ଅନ୍ତେବାସୀଙ୍କୁ ଚିତ୍ର ଆଙ୍କିବା ଶିକ୍ଷା ଦେଇଛନ୍ତି; ଯେଉଁମାନେ କାନ୍ଥକୁ ଚିତ୍ରିତ କରିବାରେ ତାଙ୍କୁ ସାହାଯ୍ୟ କରିଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, କାନ୍ଥକୁ ଚିତ୍ରିତ କରିବା ବାବଦରେ ପ୍ରାୟ ସାଢ଼େ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories