www.samajalive.in
Thursday, December 11, 2025
18.1 C
Bhubaneswar

ଅଙ୍ଗନବାଡି କେନ୍ଦ୍ରରେ ନିମ୍ନ ମାନର ସ୍ବେଟର ଏବଂ ଜୋତା ବଣ୍ଟନ ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଥିବା ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ନିମ୍ନମାନର ଡ୍ରେସ, ସ୍ବେଟର ଏବଂ ଜୋତା ବଣ୍ଟନ କରିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରୁ ଆସିଅଛି ଏପରି ଅଭିଯୋଗ ନନ୍ଦାହାଣ୍ଡି ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ତରଫରୁ ନନ୍ଦାହାଣ୍ଡି ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନଙ୍କୁ ସ୍ବେଟର ଏବଂ ଜୋତା ବଣ୍ଟନ ପାଇଁ ଗୋଟିଏ ହଳ ଜୋତା ପାଇଁ ୧୦୦ ଟଙ୍କା ଏବଂ ସ୍ବେଟର ପାଇଁ ୧୫୦ ଟଙ୍କା ଆସିଥିବା ବେଳେ ଏହାକୁ ସପ୍ଲାଇ କରିବା ପାଇଁ ଜଣେ ଏଜେନ୍ସି ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଯୋଗାଇଥିଲେ। ଗତକାଲି ନନ୍ଦାହାଣ୍ଡି ବ୍ଲକ ସଦରମହକୁମା ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ସୁଇଟର ଏବଂ ଜୋତା ବଣ୍ଟନ କରାଯାଇଥିଲା ।  ଜୋତା ଓ ସୁଇଟର ନିମ୍ନମାନର ଥିବା ନେଇ ଅଭିଭାବକମାନେ ଅଭିଯୋଗ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ନନ୍ଦାହାଣ୍ଡି -୧ ଅଙ୍ଗନବାଡି କର୍ମୀ ଭାଗ୍ୟବତୀ ଷଡଙ୍ଗୀଙ୍କୁ ପଚାରି ବୁଝିବାରୁ ସେ ଏସବୁ ନିମ୍ନ ମାନର ଥିବା ସ୍ୱୀକାର କରିବା ସହ ସପ୍ଲାଇ କରୁଥିବା ଏଜେନ୍ସି କୁ ଦାୟୀ କରିଥିଲେ। ତାଙ୍କ କହିବା ଅନୁଯାଇ କର୍ମୀଙ୍କ ଏକାଉଣ୍ଟରେ ଟଙ୍କା ଆସୁଛି ଆମେ ନିଜେ ଯଦି କିଣି ଶିଶୁମାନଙ୍କୁ ଯୋଗାଇଥାନ୍ତୁ ତାହେଲେ ମାପ ଏବଂ ମାନ ଠିକ ରହିଥାନ୍ତା, କିନ୍ତୁ ଡିଲର ଜଣକ ସାମ୍ପୁଲ ଭଲ ଜିନିଷ ଦେଖାଇ ଦେଖାଇ ଖରାପ ଜିନିଷ ସପ୍ଲାଇ କରିଛନ୍ତି। ଯାହାକି ୩/୪ଥର ବ୍ୟବହାର କରିବା ପରେ ନଷ୍ଟ ହୋଇଯିବ ବୋଲି କହିଛନ୍ତି । ଏନେଇ ନନ୍ଦାହାଣ୍ଡି ସିଡିପିଓ ସୁମିତା ଦେବି ତ୍ରିପାଠୀଙ୍କୁ ପଚାରି ବୁଝିବାରୁ ଜିନିଷ ଦେଖି କ୍ୱାଲିଟି ଖରାପ ଥିଲେ ଫେରେଇ ଦିଆଯିବ ବୋଲି ସେ କହିଛନ୍ତି ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories