www.samajalive.in
Monday, December 8, 2025
27.1 C
Bhubaneswar

ଦୃଷ୍ଟିବାଧିତ ଶ୍ରୀମୁଖଙ୍କ ଦୁଃଖ କାହାଣୀ : ଶିଶୁ ଓ ବୃଦ୍ଧା ମାଆଙ୍କୁ ନେଇ ପାଲ ଘୋଡା କୁଡିଆରେ ବିତୁଛି ଜୀବନ

କଲମପୁର : ଗତ ବର୍ଷା ଦିନେ ଲଗାଣ ବର୍ଷାର ପ୍ରଭାବ କାରଣରୁ ଭାଙ୍ଗି ଗଲା ମାଟି କୁଡିଆ। ବର୍ଷାରେ କେଉଁଠି ଆଶ୍ରୟ ନେବ? କିଏ ତାକୁ ସହାୟ ହେବ। ଏମିତି ଅନେକ ପ୍ରଶ୍ନ ଆନ୍ଦୋଳିତ କରିଥିଲା ବନ୍ଧକନା ନୁଆପଡାରେ ରହୁଥିବା ଦୃଷ୍ଟି ବାଧିତ ଶ୍ରୀମୁଖ ରଣାକୁ। ଶେଷରେ ନିଜର ଭଙ୍ଗା କୁଡିଆକୁ ତହସିଲ କାର୍ଯ୍ୟାଳୟ ତରଫରୁ ମିଳିଥିବା ପଲିଥିନରେ ଘୋଡାଇ କୁଡିଆ ଭିତରେ ଅସହାୟ ଜୀବନ ଜୀଉଁଛି। ନିଜ ସାଙ୍ଗରେ ୭୦ ବର୍ଷ ବୟଷ୍କା ବୃଦ୍ଧା ମାଆ ଓ ଦୁଇ ମାସର ଏକ ଶିଶୁ ରହିଥିବା ବେଳେ ଏହି ଅସହାୟ ପ୍ରତି ପ୍ରଶାସନର ଦୃଷ୍ଟି ନାହିଁ। ଯେଉଁଥିପାଇଁ ଆବାସ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହେଇଛି। ଅନ୍ୟପଟେ ଆବାସ ଯୋଜନାରେ ସାମିଲ ହେବାକୁ ହେଲେ ଏସଇସିସିରେ ତାଲିକା ଭୁକ୍ତ ହେବାକୁ ପଡିଥାଏ। କିନ୍ତୁ ଏହି ତାଲିକାରେ ଶ୍ରୀମୁଖର ନାଁ ନାହିଁ। ଅନ୍ୟପଟେ ଶ୍ରୀମୁଖ ଭଳି ଅନେକ ଅସହାୟ ଏହି ତାଲିକାରୁ ବାଦ ପଡିଥିବାରୁ ଆବାସ ଯୋଜନାରେ ସାମିଲ ହେଇ ପାରୁନାହାଁନ୍ତି। ତେବେ କେଉଁ ପରିସ୍ଥିତିରେ ଶ୍ରୀମୁଖ ଏହି ତାଲିକାରୁ ବାଦ ପଡିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏନେଇ ବନ୍ଧକନା ସରପଞ୍ଚ ମଧୁଛନ୍ଦା ଭଞ୍ଜଙ୍କ ସହିତ ଯୋଗାଯୋଗ କରାଯାଇଥିଲା ସେ ଏହି ଅସହାୟ ସମ୍ବନ୍ଧରେ ଜାଣିଥିବା ବେଳେ ଏସସିସି ତାଲିକା ପ୍ରସ୍ତୁତିରେ ନିୟୋଜିତ କର୍ମଚାରୀଙ୍କ ଅବହେଳା କାରଣରୁ ଏହି ପରିବାର ଆବାସ ଯୋଜନାରେ ସାମିଲ ହେଇ ପାରିନଥିବା ସୂଚନା ଦେଇଛନ୍ତି। ଏ ପରିବାର ଏକ ନିଃସହାୟ ପରିବାର ଓ ଆବାସ ଯୋଜନାରେ ସାମିଲ ହେବାର ସମସ୍ତ ଯୋଗ୍ୟତା ଥିବା ନେଇ ପୂର୍ବତନ ବିଡିଓଙ୍କୁ ଅବଗତ କରାଇଥିବା ଶ୍ରୀମତୀ ଭଞ୍ଜ ସୁଚନା ଦେଇଛନ୍ତି। ଏନେଇ ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ କରିଶ୍ମା ବେଶ୍ରାଙ୍କ ସହିତ ଯୋଗାଯୋଗ କରାଯିବା ପରେ ତୁରନ୍ତ ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories