www.samajalive.in
Saturday, December 13, 2025
26.1 C
Bhubaneswar

ବିଳମ୍ବିତ ରାତିରେ ଘରେ ପଶି ମାଡ଼ ମାରି ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ବିଳମ୍ବିତ ରାତିରେ ଘରେ ପଶି ମାଡ଼ ମାରି ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ ।ଯାହା ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ଘଟଣା ହୋଇଥିବାବେଳେ ସାଧାରଣ ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା କାମେଶ୍ୱରପୁର ଗାଁର ବାଉଁଶଡିହା ସାହିରେ । ସାହିଟି ଥାନାକୁ ଲାଗି ରହିଥିବାବେଳେ ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ଦୁଇ ଜଣଙ୍କ ଘରୁ ଲୁଟ୍ କରି ନେଇଛନ୍ତି। ବାଉଁଶଡିହା ସାହିର କାର୍ତ୍ତିକା ନାଏକ ଓ ଅଙ୍ଗନବାଡି କର୍ମୀ ମିନା ତ୍ରିପାଠୀଙ୍କ ଘରୁ ଲୁଟ୍ ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ିକର୍ମୀ ମିନା ତ୍ରିପାଠୀଙ୍କ ଘରୁ ନଗଦ ଟଙ୍କା ସହ ମୋବାଇଲ ଫୋନ୍ ଓ ବ୍ୟାଙ୍କ ପାସ୍‌ବୁକ ନେଇଯାଇଥିବାବେଳେ  କାର୍ତ୍ତିକା ନାଏକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ଦୁର୍ବୃତ୍ତଙ୍କ ମାଡ଼ରେ ଅଙ୍ଗନବାଡ଼ିକର୍ମୀ ମିନା ତ୍ରିପାଠୀ ଓ ତାଙ୍କ ଝିଅ ସରିତା ଦ୍ଵିବେଦୀ ଆହତ ହୋଇଛନ୍ତି । ଅଭିଯୋଗ ପରେ ପାଟଣା ପୁଲିସ ଛାନ୍ ଭିନ୍ ଜାରି ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories