www.samajalive.in
Wednesday, December 10, 2025
18.1 C
Bhubaneswar

୩୦ ମିନିଟରେ ମିଳିବ କରୋନା ରିପୋର୍ଟ, ସେଲ୍ଫ-କୋଭିଡ୍ ଟେଷ୍ଟ କିଟ୍’କୁ ଆମେରିକାର ଅନୁମୋଦନ

କରୋନା ହୋଇଛି କି ନାହିଁ ଜାଣିବା ପାଇଁ ଆଉ ଦିନେ ଦୁଇଦିନ ଅପେକ୍ଷା କରିବାକୁ ପଡିବ ନାହିଁ କିମ୍ବା ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ। ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ପ୍ରଥମ ସେଲ୍ଫ କୋଭିଡ୍ ଟେଷ୍ଟ କିଟ୍’କୁ ଅନୁମୋଦନ କରିଛି। ଏହି କିଟ୍ ମାଧ୍ୟମରେ ଘରେ କରୋନା ପରୀକ୍ଷା କରାଯାଇପାରିବ। ଏହି କୀଟ ସାହାଯ୍ୟରେ ମାତ୍ର ୩୦ ମିନିଟରେ ଫଳାଫଳ ଜାଣିହେବ।

ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଏକକ ବ୍ୟବହାର ପରୀକ୍ଷଣ କିଟ୍ ଲ୍ୟୁକିରି ହେଲ୍ଥ ଦ୍ୱାରା ପ୍ରସ୍ତୁତ କରାଯାଇଛି ଯାହାକୁ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏହି କିଟ୍ ମାଧ୍ୟମରେ ଆପଣ ନାକରୁ ସ୍ବାବ୍ ନମୁନା ନେଇ ନିଜର ପରୀକ୍ଷା କରିପାରିବେ। ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅନୁଯାୟୀ, ୧୪ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକ ଏହି କିଟ୍ ସାହାଯ୍ୟରେ କରୋନା ପରୀକ୍ଷା କରିପାରିବେ।

- Advertisement -

ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ କମିଶନର ଷ୍ଟିଫେନ୍ ହାନ୍ କହିଛନ୍ତି ଯେ ପୂର୍ବରୁ ଘରକୁ ଘର ଯାଇ କୋଭିଡ୍ -୧୯ ପରୀକ୍ଷଣର ନମୁନା ନେବାକୁ ଅନୁମତି ଦିଆଯାଇଥିଲା ଯାହାର ଫଳାଫଳ ପରେ ଆସୁଥିଲା। ଏହା ହେଉଛି ପ୍ରଥମ ଏପରି କିଟ୍ ଯାହା ସମସ୍ତେ ନିଜ ଘରେ ରହି ବ୍ୟବହାର କରି ପାରିବେ ଏବଂ ଘରେ ମଧ୍ୟ କରୋନା ହୋଇଛି କି ନାହିଁ ଜାଣିପାରିବେ। ଏହି କିଟ୍ ଡାକ୍ତରଖାନାରେ ମଧ୍ୟ ବ୍ୟବହାର କରାଯାଇପାରିବ। ତେବେ ୧୪ ବର୍ଷରୁ କମ୍ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ କର୍ମୀ ନମୁନା ସଂଗ୍ରହ କରି ଏହି କିଟ୍ ଦ୍ୱାରା ପରୀକ୍ଷା କରାଇପାରିବେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories